Latest Odisha News

BREAKING NEWS

ଡାଇମଣ୍ଡ ଲିଗରେ କମାଲ କଲେ ନୀରଜ: ପ୍ରଥମ ଭାରତୀୟ ଭାବେ ଦ୍ୱିତୀୟ ଥର ପାଇଁ ଜିତିଲେ ସ୍ୱର୍ଣ୍ଣ

ଦୋହା: ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ପୁନର୍ବାର ଡାଇମଣ୍ଡ ଲିଗରେ କମାଲ କରିଛନ୍ତି । ନୀରଜ ଡାଇମଣ୍ଡ ଲିଗରେ ପ୍ରଥମ ଭାରତୀୟ ଭାବେ କ୍ରମାଗତ ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ନୀରଜ ୮୮.୬୭ ମିଟର ଦୂରତାକୁ ଜାଭେଲିନ ଥ୍ରୋ କରି ଏହି ସଫଳତା ହାସଲ କରିଛନ୍ତି । ଚେକ ରିପବ୍ଲିକର ଜ୍ୟାକବ ୱାଡଲେଚ ଓ ନୀରଜଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । ୱାଡଲେଚ ୦.୦୪ ମିଟର ବ୍ୟବଧାନରେ ପଛରେ ରହି ଯାଇଥିଲେ । ଏହି ଚାମ୍ପିୟନଶିପରେ ନୀରଜ ୯୦ ମିଟର ଦୂରତାକୁ ଥ୍ରୋ କରିବେ ବୋଲି ଆଶା ବ୍ୟକ୍ତ କରାଯାଇଥିଲା । ମାତ୍ର ସେ ସଫଳ ହୋଇପାରି ନ ଥିଲେ । ସେ ପ୍ରଥମ ଉଦ୍ୟମରେ ୮୮.୭୬ ଏବଂ ପରେ ଯଥାକ୍ରମେ ୮୫.୪୭, ୮୪.୩୭, ୮୬.୦୪, ଫାଉଲ ଓ ୮୬.୫୨ ମିଟର ଦୂରତାକୁ ଥ୍ରୋ କରିଥିଲେ ।

ବିଶେଷଜ୍ଞଙ୍କ ମତରେ ଦୋହାରେ ପବନ ବୀପରିତ ଦିଗରୁ ବୋହୁଥିବାରୁ ସେ ପଛରେ ରହି ଯାଇଥିଲେ । ୨୦୨୨ରେ ନୀରଜ ୮୮.୪୪ ମିଟର ଥ୍ରୋ କରି ସ୍ୱର୍ଣ୍ଣ ଜିତିଥିଲେ । ଏହା ପୂର୍ବରୁ ୨୦୧୭ ଓ ୧୮ରେ ସେ ୭ମ ଓ ୪ର୍ଥ ସ୍ଥାନରେ ରହିଥିଲେ । ନୀରଜଙ୍କ ଏହା ୭ମ ଆନ୍ତର୍ଜାତୀୟ ପଦକ । ସେ ଏହା ପୂର୍ବରୁ ଏସିଆନ ଗେମ୍ସ, ସାଉଥ ଏସିଆନ ଗେମ୍ସ, ଅଲିମ୍ପିକ୍ସ, ୱାର୍ଲ୍ଡ ଚାମ୍ପିୟନଶିପ ଓ ଡାଇମଣ୍ଡ ଲିଗରେ ଭାରତ ପାଇଁ ପଦକ ଜିତି ସାରିଛନ୍ତି ।

Leave A Reply

Your email address will not be published.