Latest Odisha News

BREAKING NEWS

ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍‌, ୨୦ରୁ ଉର୍ଦ୍ଧ୍ୱ ଆହତ

ଢେଙ୍କାନାଳ : ରେକୁଳା ବ୍ରିଜ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ବ୍ରିଜରୁ ତଳକୁ ଖସିପଡିଲା ଟାଟାଏସି ଭ୍ୟାନ୍ । ଦୁର୍ଘଟଣାରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ସୂଚନା ମୂତାବକ, ଗତକାଲି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଆଳତୁମା ଗ୍ରାମରୁ କୋଟଗରା ଗ୍ରାମକୁ ଏକୋଇସିଆ କିର୍ତ୍ତନ କରିବାକୁ ଯାଇଥିଲେ ।  ଆଜି ସମସ୍ତେ ଏକ ଟାଟା ଏସି ଗାଡିରେ ଘରକୁ ଫେରୁଥିଲେ । ଏହି ସମୟରେ ଭାରସାମ୍ୟ ହରାଇ ଗାଡିଟି ବ୍ରିଜ ତଳକୁ ଖସିପଡିଥିଲା । ଫଳରେ ୨୦ରୁ ଉର୍ଦ୍ଧ୍ୱ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ ୧୦୮ ଆମ୍ବୁଲାନ୍ସ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ୮ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି  । ଏନେଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗାଡିକୁ ଜବତ କରିବା ସହ ଅଧିକ ତଦନ୍ତ ଚଳାଇଛି । ସମସ୍ତ ଗୁରୁତର ଆହତଙ୍କ ଘର କାମାକ୍ଷାନଗର ଥାନା ଆଲତୁମା ଗ୍ରାମ ରେ ହୋଇଥିବା ଜଣା ପଡିଛି ।

Leave A Reply

Your email address will not be published.