Latest Odisha News

BREAKING NEWS

ଅଭିଭାଷଣ ବେଳେ କଟିଗଲା ବିଦ୍ୟୁତ୍, ଅନ୍ଧାରରେ ବକ୍ତବ୍ୟ ରଖିଲେ ରାଷ୍ଟ୍ରପତି

ବାରିପଦା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ଓଡ଼ିଶା ଗସ୍ତର ଆଜି ଅନ୍ତିମ ଦିନ । ଆଜି ରାଷ୍ଟ୍ରପତି ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି । ତେବେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଆରମ୍ଭର କିଛି ସମୟ ପରେ ବିଦ୍ୟୁତ୍ କଟି ଯାଇଥିଲା । ପୋଡିୟମରେ ଲାଗିଥିବା ଆଲୋକରେ ରାଷ୍ଟ୍ରପତି ଭାଷଣ ଦେଇଥିଲେ ।

ହଲ୍ ଅନ୍ଧାର ହୋଇ ଯାଇଥିଲେ ମଧ୍ୟ ବିରକ୍ତି ପ୍ରକାଶ କରି ନଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବରଂ କବିତାର ଏକ ପଂକ୍ତି ଗାଇ ସେ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । କହିଥିଲେ, ମୟୂରଭଞ୍ଜ ମୋ ଜନ୍ମମାଟି । ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓ ବିଶ୍ୱବିଦ୍ୟାଳୟକୁ ୨୫ ବର୍ଷ ପୂରିଛି । ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ସଂଖ୍ୟା ଅଧିକ ରହିଥିବା କହିଛନ୍ତି ରାଷ୍ଟ୍ରପତି ।

ଉଚ୍ଚଶିକ୍ଷା କ୍ଷେତ୍ରରେ ଏହା ମହିଳାମାନଙ୍କ ପ୍ରତି ଉପଲବ୍ଧି ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚାକିରି କରିବା ଅପେକ୍ଷା, ଚାକିରି ଦେବା ଶ୍ରେୟକର ଅଟେ । ଏହି ଅବସରରେ ଜୈବ ବିବିଧତା କଥା ଉଠାଇ ଶିମିଳିପାଳର ଯୋଗଦାନ ବିଷୟରେ କହିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Leave A Reply

Your email address will not be published.