ନୂଆଦିଲ୍ଲୀ: କରୋନା ଭାଇରସ ଯୋଗୁ ଭାରତରେ କେତେକ ଷ୍ଟାର ଆଥଲେଟ ବିଦେଶକୁ ପ୍ରଶିକ୍ଷଣ ଏବଂ ଟୁର୍ଣ୍ଣାମେଂଟ ଖେଳିବାକୁ ଯାଇ ଫସିଯାଇଛନ୍ତି । ସେମାନଙ୍କ ସ୍ୱଦେଶ ପ୍ରତ୍ୟାବର୍ତନ ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛି । ତୁର୍କୀରେ ଟ୍ରେନିଂରେ କ୍ୟାମ୍ପରେ ଯୋଗଦେବାକୁ ଯାଇଥିବା ଭାରତର ଜ୍ୟାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରାଙ୍କୁ ସ୍ୱଦେଶ ଫେରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଦକ୍ଷିଣ ଆଫ୍ରିକାରେ ଥିବା ଶିବପାଲ୍ ସିଂହ ମଧ୍ୟ ଭାରତ ଫେରିବେ ବୋଲି ଆଥଲେଟିକ୍ସ ଫେଡେରେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ କୁହାଯାଇଛି ।
ତୁର୍କୀରୁ ଆସିବାକୁ ଥିବା ଖେଳାଳି ବୁଧବାର ସକାଳେ ଏବଂ ଦକ୍ଷିଣ ଆଫ୍ରିକାରୁ ଫେରିବାକୁ ଥିବା ଖେଳାଳି ଶନିବାର ଭାରତରେ ପହଞ୍ଚିବେ । ତୁର୍କୀରେ ନୀରଜ ଓ ରୋହିତ୍ ଯାଦବ ଜର୍ମାନୀର ବାୟୋମେକାନିକ୍ ବିଶେଷଜ୍ଞ କ୍ଲସ୍ ବାର୍ଟୋନିଜ ଏବଂ ଫିଜିଓ ଈଶାନ୍ ମରୱାହାଙ୍କ ସହ ଅଭ୍ୟାସ କରୁଥିଲେ। ସେହିପରି ଦକ୍ଷିଣ ଆଫ୍ରିକାରେ ଶିବପାଲଙ୍କ ସହ ଅନ୍ନୁ ରାନୀ, ବିପିନ କାସାନ୍ ଓ ଅର୍ଶଦୀପ ସିଂହ କୋଚ୍ ଉୱି ହନଙ୍କ ସହ ଅଛନ୍ତି।
BREAKING NEWS
- ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ପଦୋନ୍ନତି
- ହାତୀରେ ବସି ଧନୁଯାତ୍ରାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ; ବରଗଡ଼କୁ ଦେଲେ ୧୩୬୨ କୋଟିର ଭେଟି
- ୭୯ ଲକ୍ଷ ଟଙ୍କା ହେରଫେର୍ ମାମଲାରେ ଯମନକିରା ଲ୍ୟାମ୍ପସର ପୂର୍ବତନ ଏମ୍ଡି ଗିରଫ
- ସାମୀଙ୍କୁ ନେଇ ଚୟନ କମିଟିଙ୍କ ୟୁ ଟର୍ଣ୍ଣ, ଖେଳି ପାରନ୍ତି ନ୍ୟୁଜିଲାଣ୍ଡ ବିପକ୍ଷ ସିରଜ
- ‘ବ୍ୟାଟଲ୍ ଅଫ୍ ଗାଲୱାନ୍’ ଟିଜର ରିଲିଜ୍; ଚିହିଁକିଲା ଚୀନ
- ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା
- January 2026 Five Rare Rajyog:ଜାନୁଆରୀରେ ୫ଦୁର୍ଲଭ ରାଜଯୋଗ;ଏହି ରାଶିମାନଙ୍କ ଫିଟିବ ଭାଗ୍ୟ
- ତାମିଲନାଡୁରେ ଓଡ଼ିଆଙ୍କ ମୃତ୍ୟୁ; ତଦନ୍ତ ପାଇଁ ଅଧିକାରୀଙ୍କୁ ପଠାଇଲେ ମୁଖ୍ୟମନ୍ତ୍ରୀ
- ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
- ରଣବୀରଙ୍କ ସ୍ଥାନରେ ହ୍ରିତିକ ହୋଇ ପାରନ୍ତି ଡନ
Comments are closed.