Latest Odisha News

BREAKING NEWS

ଧାମରା ପୋର୍ଟର ନକଲି ୱେବ୍‌ସାଇଟ ତିଆରି କରି ଯୁବଗୋଷ୍ଠୀଙ୍କଠାରୁ ଅର୍ଥ ଆଦାୟ ଅଭିଯୋଗ

ଧାମରା: କୌଣସି ଏକ ଠକ ସଂସ୍ଥା ଧାମରା ପୋର୍ଟ ନାମରେ ଏକ ଅବିକଳ ୱେବ୍‌ସାଇଟ ତିଆରି କରି ଚାକିରୀ ଆଶାୟୀ ଯୁବପିଢୀଙ୍କଠାରୁ ବିଭିନ୍ନ ପଦପଦବୀରେ ନିଯୁକ୍ତିର ସୁଯୋଗ ଦେଖାଇ ଅର୍ଥ ଆଦାୟ କରୁଛନ୍ତି । ଏପରି ଏକ ତଥ୍ୟ ଧାମରା ପୋର୍ଟ ଅଧିକାରୀଙ୍କ ହସ୍ତଗତ ହେବା ପରେ ଏହି ଦିଗରେ ପଦକ୍ଷେପ ସ୍ୱରୂପ ଏହି ନକଲି ୱେବ୍‌ସାଇଟ ଟିକୁ ତୁରନ୍ତ ବନ୍ଦ କରିବା ସହ ଏହି ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରଶାସନ ନିକଟରେ ଅନୁରୋଧ କରାଯାଇଛି ।

ଏହାସହ ନିଯୁକ୍ତି ଆଶାୟୀ ଯୁବପିଢୀମାନଙ୍କୁ ଏହିପରି ଫେକ୍ ୱେବ୍‌ସାଇଟଠାରୁ ଦୂରେଇ ରହିବାକୁ ନିବେଦନ କରାଯାଇଛି । ଧାମରା ପୋର୍ଟ ଅଧିକାରୀଙ୍କୁ ଏ ବିଷୟରେ ପଚାରି ବୁଝିବାରୁ ଏହିପରି କୌଣସି ନିଯୁକ୍ତି ସମ୍ବନ୍ଧୀୟ ସୂଚନା ୱେବ୍‌ସାଇଟ ମାଧ୍ୟମରେ ଦିଆଯାଇନାହିଁ ବୋଲି ପ୍ରକାଶ କରିଛନ୍ତି । ଧାମରା ପୋର୍ଟ କମ୍ପାନୀ ଲିମିଟେଡ (ଡିପିସିଏଲ୍‌)ର ଅଫିସିଆଲ୍ ୱେବସାଇଟ୍ ହେଉଛି https://www.adaniports.com/Ports-and-Terminals/dhamra-port ଏକ ନକଲି ୱେବସାଇଟ୍ https://dhamraports.com/. ମାଧ୍ୟମରେ ଅନଲାଇନ ନିଯୁକ୍ତି ସ୍କାମ୍ ଚାଲିଥିବା ସମ୍ବନ୍ଧରେ ପରିଚାଳନା ସଂସ୍ଥା ରିପୋର୍ଟ ପାଇଛି । ଏହିଭଳି ନକଲି ୱେବ୍‌ସାଇଟ ଖୋଲି ଆଶାୟୀ ଯୁବପିଢୀଙ୍କ ଠାରୁ ଅର୍ଥ ଆଦାୟ କରୁଥିବା ଅଭିଯୋଗ ହୋଇଛି ।

ଜନସାଧାରଣଙ୍କ ଗୋଚରାର୍ଥେ ଜଣାଇ ଦିଆଯାଉଛି କି ସଂପୃକ୍ତ ୱେବସାଇଟ୍ ଉପରେ ଡିପିସିଏଲ୍‌ର କୌଣସି ନିୟନ୍ତ୍ରଣ କିମ୍ବା ସହଭାଗିତା ନାହିଁ ଏବଂ ସାଧାରଣ ଜନତାଙ୍କୁ ଏହାର ଶିକାର ନ ହେବାକୁ ପରାମର୍ଶ ଦିଆଯାଉଛି ।

ଧାମରା ବନ୍ଦର ରୋଜଗାର ସମ୍ବନ୍ଧୀୟ ସୁଯୋଗ ପାଇଁ ଦେୟ ଦାବି କରେ ନାହିଁ ଏବଂ ସମସ୍ତ ଖାଲି ପଦବୀ କେବଳ ଉପରୋକ୍ତ ଅଫିସିଆଲ୍ ୱେବସାଇଟ୍‌ରେ ପ୍ରକାଶିତ ହୁଏ ।

Leave A Reply

Your email address will not be published.