Latest Odisha News

BREAKING NEWS

ନିଟ୍ ବିବାଦକୁ ନେଇ ସୁପ୍ରିମକୋର୍ଟଙ୍କ ନୋଟିସ, ପରୀକ୍ଷା ରଦ୍ଦ ଓ କାଉନସେଲିଂ ପ୍ରକ୍ରିୟାରେ ଲାଗିବନି ରୋକ୍‌

ନୂଆଦିଲ୍ଲୀ: ଆଜି ନିଟ୍‌ ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନର ଶୁଣାଣି ହୋଇଛି। ନିଟ୍ (NEET) ବିବାଦକୁ ନେଇ ନୋଟିସ ଜାରି କଲେ ସୁପ୍ରିମକୋର୍ଟ। NEET UG ୨୦୨୪ ପରୀକ୍ଷାର ରେଜଲ୍ଟକୁ ନେଇ ବିବାଦ ଜାରି ରହିଥିବା ବେଳେ ନିଟ୍ କାଉନସେଲିଂ ଉପରେ ରୋକ୍‌ ଲାଗିବନି ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। କେବଳ ସେତିକି ନୁହେଁ ଏହି ପରୀକ୍ଷାକୁ ରଦ୍ଦ ମଧ୍ୟ କରାଯିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି, NTAକୁ ନୋଟିସ କଲେ ସୁପ୍ରିମକୋର୍ଟ। ଜଷ୍ଟିସ ବିକ୍ରମ ନାଥ ଏବଂ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ନ୍ୟାଶନାଲ୍‌ ଟେଷ୍ଟି ଏଜେନ୍ସି ତଥା ଏନ୍‌ଟିଏକୁ ନୋଟିସ୍‌ ଜାରି କରି ଜବାବ ମାଗିଛନ୍ତି। ପରୀକ୍ଷାର ସ୍ବଚ୍ଛତା ପ୍ରଭାବିତ ହୋଇଛି, ଜବାବ ଦେବାକୁ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ଏହି ଆବେଦନକୁ ଅନ୍ୟ ଏକ ଆବେଦନ ସହ ଯୋଡିଛନ୍ତି। ଏଥିସହ ନିଟ୍‌ ଫଳାଫଳକୁ ଆଧାର କରି କାଉନସେଲିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ ସଫା ସଫା ମନା କରି ଦେଇଛନ୍ତି। ଜୁଲାଇ ୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୂଚନା ଥାଉକି NEET UG-୨୦୨୪ ରେଜଲ୍ଟ ପ୍ରକାଶିତ ହେବା ପରେ ଏହାକୁ ନେଇ ବିବାଦ ଜାରି ରହିଛି। ପରୀକ୍ଷାରେ ହେରଫେର୍‌ ହୋଇଥିବା ନେଇ ଶତାଧିକ ଛାତ୍ରଛାତ୍ରୀ ଏହାକୁ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ପରୀକ୍ଷା ଆୟୋଜିତ କରିଥିବା ଏଜେନ୍ସି ଏନ୍‌ଟିଏ ଉପରେ ପ୍ରଶ୍ନ ଉଠାଇଛନ୍ତି। ଫଳାଫଳରେ ବହୁ ପରିମାଣରେ ଅନିୟମିତତା ହୋଇଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏହା ବ୍ୟତୀତ ଗୋଟିଏ ସେଣ୍ଟରରୁ ହିଁ ଏକାଧିକ ପିଲା ଟପ୍ପର ହେବାକୁ ନେଇ ସନ୍ଦେହ ବଢ଼ିଛି।

 

Leave A Reply

Your email address will not be published.