Latest Odisha News

ପହଞ୍ଚିଲେ କେନ୍ଦ୍ରୀୟ ବିଜେପି ପର୍ଯ୍ୟବେକ୍ଷକ; ଆରମ୍ଭ ହେଲା ସମୟ ଗଣତି, କାହାଙ୍କ ନାଁରେ କରିବେ ମୁଖ୍ୟମନ୍ତ୍ରୀ ଗାଦି?

ଭୁବନେଶ୍ବର: ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ । କାହାକୁ ବାଛିବେ ଓଡିଶାର ନୂଆ ତଥା ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ? ମୁଖ୍ୟମନ୍ତ୍ରୀ ଚୟନ ବୈଠକରେ ବିଧାୟକଙ୍କ ସହ କରିବେ ଆଲୋଚନା । ତାପରେ ଘୋଷଣା କରିବା ଓଡିଶା ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ । ଆରମ୍ଭ ହୋଇଗଲାଣି ସମୟ ଗଣତି । କାହା ନାଁରେ ଲେଖାହେବ ମୁଖ୍ୟମନ୍ତ୍ରୀ ଗାଦି ।

ତେବେ ୨୪ ବର୍ଷ ପରେ ଓଡିଶା ଦେଖିବ ନୂଆ ମୁଖ୍ୟମୁନ୍ତ୍ରୀଙ୍କ ମୁହଁ  । ଆଉ ମାତ୍ର କେଇଟା ଘଣ୍ଟା । ପର୍ଯ୍ୟବେକ୍ଷକ ଭାବେ ଓଡିଶାରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ । ଭୂବନେଶ୍ବର ବିମାନ ବନ୍ଦରରେ ପହଞ୍ଚି ରାଜ୍ୟ ବିଜେପି କାର୍ଯ୍ୟଳାୟରେ ବିଧାୟକ ବୈଠକରେ ଯୋଗ ଦେବେ । ବିଜେପି  ବିଧାୟକ  ଓ ନେତାଙ୍କ ସହ ବୈଠକରେ ହେବ ଆଲୋଚନା । ଆଉ ସନ୍ଧ୍ୟା ସୁଦ୍ଧା ଓଡିଶାକୁ ମିଳିବ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ । ଏହାପରେ ଆସନ୍ତାକାଲି ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି ।

ସେପଟେ ମୁଖ୍ୟମନ୍ତ୍ରୀ ଗାଦି ପାଇଁ ଚର୍ଚ୍ଚାରେ ରହିଛି ଅନେକ ଚେହେରା । ଗୋଟେ ପଟେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନାଁ ଚର୍ଚ୍ଚାରେ ଥିବା ବେଳେ ଅନ୍ୟପଟେ ବ୍ରଜରାଜନଗରର ବିଧାୟକ ସୁରେଶ ପୂଜାରୀଙ୍କ ନାଁ ଚର୍ଚ୍ଚାରେ ରହିଛି । ଏହାରି ଭିତରେ ଜାତୀୟ ଗଣମାଧ୍ୟମରେ ଓଡିଶାର ମୁଖ୍ୟମନ୍ତ୍ରୀ ମୁହଁ ଭାବରେ ଚର୍ଚ୍ଚାରେ ରହିଛନ୍ତି ଭାରତ ସରକାରଙ୍କ ସିଏଜି ଗିରିଶ ଚନ୍ଦ୍ର ମୁର୍ମୁ ।

ଆଉ ଏବେ ପର୍ଯ୍ୟବେକ୍ଷକ ଓଡିଶାରେ ପହଞ୍ଚିବା ପରେ ଏହାକୁ ନେଇ ବଢୁଛି ଉତ୍କଣ୍ଠା । କାହା ହାତକୁ ଯିବ ଓଡିଶା ଶାସନ ଭାର?

Leave A Reply

Your email address will not be published.