Latest Odisha News

BREAKING NEWS

ସ୍ଥଗିତ ରହିଲା ନିଟ୍‌ ପିଜି ମେଡିକାଲ ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ : ଭୟଙ୍କର ରୂପ ନେଉଛି କରୋନା ସଂକ୍ରମଣର ଦ୍ବିତୀୟ ଲହର । ଏହାକୁ ଦୃଷ୍ଟିରେ ରଖି ନିଟ୍‌ ପିଜି ମେଡିକାଲ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି କେନ୍ଦ୍ର ସରକାର । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ।

କରୋନା ସଂକ୍ରମଣ ଦିନକୁ ଦିନକୁ ଦିନ ବ୍ୟାପିବାରେ ଲାଗିଥିବା ବେଳେ, ପରୀକ୍ଷା ସ୍ଥଗିତ ରଖିବାକୁ ଦାବି କରିଛନ୍ତି ପରୀକ୍ଷାର୍ଥୀ । ଏପରିକି କିଛି ଡାକ୍ତର ଏନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ତେବେ ଆଜି ନିଟ୍ ପିଜି ମେଡିକାଲ ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଆସନ୍ତା ୧୮ ତାରିଖରେ ପରୀକ୍ଷା ହେବାକୁ ଥିବା ବେଳେ, ମେଡିକାଲ ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କରିଥିଲେ।

Leave A Reply

Your email address will not be published.