Latest Odisha News

BREAKING NEWS

ସ୍ଥଗିତ ରହିଲା ନିଟ୍‌ ୟୁଜି କାଉନସେଲିଂ

ନୂଆଦିଲ୍ଲୀ: ସ୍ଥଗିତ ରହିଲା NEET-UG କାଉନସେଲିଂ। ଜାତୀୟ ପରୀକ୍ଷା ଏଜେନ୍ସି କାଉନସେଲିଂକୁ ସ୍ଥଗିତ ରଖିଛି। ଏନେଇ ଖୁବ୍ ଶୀଘ୍ର ନୂଆ ତାରିଖ ଘୋଷଣା କରାଯିବ ବୋଲି ଏଜେନ୍ସି କହିଛି। ନିଟ୍‌ ୟୁଜି ପାଇଁ କାଉନସେଲିଂ ଶନିବାର ଦିନ ହେବାର ଥିଲା।

ମେଡିକାଲ ପ୍ରବେଶିକା ପରୀକ୍ଷାରେ ପେପର୍ ଲିକ୍ ସହ ବ୍ୟାପକ ଅନିୟମିତତାକୁ ନେଇ ଅନେକ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ ଜଷ୍ଟିସ୍ ଜେ.ବି ପାରଦୀୱାଲା ଏବଂ ମନୋଜ ମିଶ୍ରଙ୍କ ଖଣ୍ଡପୀଠ ଏହି ଆବେଦନର ଶୁଣାଣି ଜୁଲାଇ ୮କୁ ଧାର୍ଯ୍ୟ କରିଛନ୍ତି।

ସୂଚନାଯୋଗ୍ୟ, ଅନ୍ୟପକ୍ଷରେ ନିଟ୍‌ ପେପର ଲିକ୍‌ ଅଭିଯୋଗ ମଧ୍ୟରେ ସ୍ଥଗିତ ରହିଥିବା ନିଟ୍‌-ପିଜି ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଅଗଷ୍ଟ ୧୧ ତାରିଖରେ ନିଟ୍‌ ପିଜି ପରୀକ୍ଷା ଅନୁଷ୍ଠିତ ହେବ।

Comments are closed.