Latest Odisha News

BREAKING NEWS

ଆଜି ନିଟ୍-ୟୁଜି ପରୀକ୍ଷା: ଦେଶର ୫୫୭ଟି ସହରରେ ପରୀକ୍ଷା କେନ୍ଦ୍ର

ନୂଆଦିଲ୍ଲୀ: ଆଜି ମେଡିକାଲ ପ୍ରବେଶିକା (ନିଟ୍-ୟୁଜି )ପରୀକ୍ଷା । ଦେଶରେ ୨୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ୫୫୭ଟି ସହରରେ ପରୀକ୍ଷା କରାଯିବ । ଓଡ଼ିଶାରୁ ପାଖାପାଖି ୬୫ ହଜାର ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି । ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ୨୦ ପର୍ଯ୍ୟନ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଜାତୀୟ ଶିକ୍ଷା ନୀତି ୨୦୨୦କୁ ଗୁରୁତ୍ୱ ଦେଇ ନିଟ୍ ୟୁଜି ପରୀକ୍ଷା ୧୩ଟି ଆଞ୍ଚଳିକ ଭାଷାରେ କରାଯିବ ।

ଏମବିବିଏସ ଓ ବିଡିଏସ ପରି ମେଡିକାଲ ପାଠ୍ୟକ୍ରମରେ ଦେଶରେ ପ୍ରାୟ ୨ ଲକ୍ଷ ସିଟ୍ ରହିଛି । ନିଟ୍ ପରୀକ୍ଷା ପାଇଁ ଏନଟିଏ ପରୀକ୍ଷା ନିର୍ଦ୍ଦେଶାବଳୀ ଏବଂ ଡ୍ରେସ୍ କୋଡ୍ ଜାରି କରିଛି । ଯେଉଁ ଛାତ୍ରଛାତ୍ରୀମାନେ ଏହି ଡ୍ରେସ କୋଡକୁ ଫଲୋ ନକରିବେ, ସେମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । ନିଟ୍ ୟୁଜି ପରୀକ୍ଷା ଦେବାକୁ ଯାଉଥିବା ପୁଅମାନଙ୍କୁ ଅଧା ସ୍ଲିଭ୍ ସାର୍ଟ କିମ୍ବା ଟି-ସାର୍ଟ ଏବଂ ଚପଲ ପିନ୍ଧିବାକୁ ପଡ଼ିବ। ଝିଅମାନଙ୍କ ପାଇଁ ଆସେସୋରିଜ୍ ଏବଂ ଅଳଙ୍କାର ନ ପିନ୍ଧିବା ସହିତ ହାଲୁକା ପୋଷାକ ସହିତ ହିଲ୍ ଥିବା ଏବଂ ଜୋତା ପିନ୍ଧି ଯିବା ବାଧ୍ୟତାମୂଳକ। ଝିଅମାନଙ୍କୁ କୌଣସି ପ୍ରକାରର କୁର୍ତ୍ତି ପିନ୍ଧିବାକୁ ଅନୁମତି ନାହିଁ  ଏହା ସହିତ ଇଲେକ୍ଟ୍ରୋନିକ୍ ସାମଗ୍ରୀ ନେବା ଉପରେ ମଧ୍ୟ କଟକଣା ଜାରି କରାଯାଇଛି। ଉଭୟ ପରୀକ୍ଷାର୍ଥୀ ଓ ନିରୀକ୍ଷକଙ୍କ ପାଇଁ ବାୟୋମେଟ୍ରିକ୍ ଯାଞ୍ଚ କରାଯିବ । ଫ୍ଲାଇଙ୍ଗ୍ ସ୍ବାର୍ଡ଼ ପରିଦର୍ଶନ କରିବା ସହ  ଏଆଇ ଚୁଲର୍ ବ୍ୟବହାର କରାଯିବ ବୋଲି ଏନଟିଏ ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷା ଆରମ୍ଭ ହେବାର ପ୍ରାୟ ୧ ଘଣ୍ଟା ପରେ ଏବଂ ଶେଷର ଅଧ ଘଣ୍ଟା ପୂର୍ବରୁ କୌଣସି ପରୀକ୍ଷାର୍ଥୀଙ୍କୁ ବ୍ରେକ୍ ଦିଆଯିବ ନାହିଁ । ଏନଟିଏ ଓ୍ବେବସାଇଟ୍ ରେ ଜୁନ୍ ୧୪ରେ ରେଜଲ୍ଟ ପ୍ରକାଶ ପାଇବ । ସମସ୍ତ ସୂଚନା  ଏନଟିଏ ଓ୍ବେବସାଇଟ୍ www.nta.ac.inରେ ରହିଛି । ଆପଣ ଏହି ଓ୍ବେବସାଇଟ୍କୁ ଯାଇ ସମସ୍ତ ସୂଚନା  ଦେଖିପାରିବେ ।

Comments are closed.