Latest Odisha News

BREAKING NEWS

ପ୍ରକାଶ ପାଇଲା ନୀଟ ୟୁଜି ୨୦୨୫ ପରୀକ୍ଷା ତାରିଖ, ଜାଣନ୍ତୁ କେବେ କରିବେ ଆବେଦନ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ନୀଟ ୟୁଜି ୨୦୨୫ ପରୀକ୍ଷା ତାରିଖ। ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନେ ଫେବ୍ରୁଆରୀ ୪ ତାରିଖରୁ ମାର୍ଚ୍ଚ ୭ ଯାଏ ଆବେଦନ କରିପାରିବେ। ଚଳିତ ବର୍ଷ ମେ ୪ ତାରିଖରେ ଡାକ୍ତରୀ ପ୍ରବେଶିକ ପରୀକ୍ଷା ଆୟୋଜନ ହେବ। ଏନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ଶୁକ୍ରବାର ଘୋଷଣା କରାଯାଇଛି।

ଏହାପରେ ଆପ୍ଲିକେସନ କ୍ଲୋଜ୍ ହୋଇଯିବ ବୋଲି ଏନ୍‌ଟିଏ କହିଛି। ଏନେଇ ପ୍ରାର୍ଥୀମାନେ ଏନ୍‌ଟିଏର ସରକାରୀ ୱେବସାଇଟ୍ ମାଧ୍ୟମରେ ଅନଲାଇନରେ ପଞ୍ଜୀକରଣ କରିପାରିବେ। ପୂର୍ବ ପରିକ୍ଷାର ଭଳି ନିଟ୍ ୟୁଜି ୨୦୨୫ ପରୀକ୍ଷା କାଗଜ କଲମରେ ଫର୍ମାଟ୍‌ରେ କରାଯିବ ବୋଲି ଏନ୍‌ଟିଏ ଘୋଷଣା କରିଛି। ଫଳରେ ଅନ୍‌ଲାଇନ୍ କିମ୍ବା ଏକାଧିକ ସିଫ୍ଟ ମାଧ୍ୟମରେ ପରୀକ୍ଷା ହେବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ଏଥିରେ ଅପସନାଲ ପ୍ରଶ୍ନଗୁଡ଼ିକୁ ହଟାଇ ଦିଆଯାଇଛି। ଫଳରେ ଏଥର ପ୍ରଶ୍ନ ସଂଖ୍ୟା ୨୦୦ ରୁ ୧୮୦କୁ କୁ ହ୍ରାସ କରାଯାଇଛି। ପ୍ରଶ୍ନ ସହିତ ସମୟ ମଧ୍ୟ କମାଇ ଦିଆଯାଇଛି। ମୋଟ ପରୀକ୍ଷା ସମୟ ୨୦୦ ମିନିଟ୍ ରୁ ୧୮୦ ମିନିଟ୍ କୁ କମ୍ କରାଯାଇଛି। ଆଡମିଟ୍ କାର୍ଡ ମେ ୧ ତାରିଖ ସୁଦ୍ଧା ଉପଲବ୍ଧ ହେବ। ଫଳାଫଳ ଘୋଷଣା ହେବା ପରେ ଜୁଲାଇ ୨୦୨୫ ରେ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଏନ୍‌ଟିଏ କହିଛି।

Comments are closed.