Latest Odisha News

BREAKING NEWS

ନିଟ୍ ବିବାଦ; ଜୁନ୍ ୨୩ରେ ପୁଣି ହେବ ପରୀକ୍ଷା

ନୂଆଦିଲ୍ଲୀ: ନିଟ୍ ୟୁଜି ୨୦୨୪ ପରୀକ୍ଷାର ରେଜଲ୍ଟକୁ ନେଇ ବିବାଦ ଜାରି ରହିଥିବା ବେଳେ ଏହାକୁ ନେଇ ବଡ ଶୁଣାଣି କରିଛନ୍ତି ସୁପ୍ରମିକୋର୍ଟ । ଗ୍ରେସ ମାର୍କ ପାଇଥିବା ୧୫୬୩ ପରୀକ୍ଷାର୍ଥୀଙ୍କ ସ୍କୋର କାର୍ଡ ରଦ୍ଦ କରିଛନ୍ତି କୋର୍ଟ । ଏହା ସହିତ ଜୁନ୍ ୨୩ ପୁଣି ପରୀକ୍ଷା ହେବ । ଗ୍ରେସ୍ ମାର୍କ ପାଇଥିବା ପରୀକ୍ଷାର୍ଥୀ ପୁଣି ନିଟ୍ ପରୀକ୍ଷା ଦେବେ । ଏହାପରେ ୩୦ ଜୁନ୍‌ରେ ପରୀକ୍ଷା ଫଳ ପ୍ରକାଶ ପାଇବ । ଏହା ସହିତ ନିଟ୍ କାଉନସେଲିଂ ଉପରେ ରୋକ୍‌ ଲାଗିବନି ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।

ସୂଚନା ଯୋଗ୍ୟ, NEET UG-୨୦୨୪ ରେଜଲ୍ଟ ପ୍ରକାଶିତ ହେବା ପରେ ଏହାକୁ ନେଇ ବିବାଦ ଜାରି ରହିଛି। ପରୀକ୍ଷାରେ ହେରଫେର୍‌ ହୋଇଥିବା ନେଇ ଶତାଧିକ ଛାତ୍ରଛାତ୍ରୀ ଏହା ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ପରୀକ୍ଷା ଆୟୋଜିତ କରିଥିବା ଏଜେନ୍ସି ଏନ୍‌ଟିଏ ଉପରେ ପ୍ରଶ୍ନ ଉଠାଇଛନ୍ତି। ଫଳାଫଳରେ ବହୁ ପରିମାଣରେ ଅନିୟମିତତା ହୋଇଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏହା ବ୍ୟତୀତ ଗୋଟିଏ ସେଣ୍ଟରରୁ ହିଁ ଏକାଧିକ ପିଲା ଟପ୍ପର ହେବାକୁ ନେଇ ସନ୍ଦେହ ବଢ଼ିଛି । ଯାହାକୁ ନେଇ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି( NTA) କୁ ନୋଟିସ କରିଥିଲେ ସୁପ୍ରିମକୋର୍ଟ। ନ୍ୟାଶନାଲ୍‌ ଟେଷ୍ଟି ଏଜେନ୍ସି ତଥା ଏନ୍‌ଟିଏକୁ ନୋଟିସ୍‌ ଜାରି କରି ଜବାବ ମାଗିଥିଲେ। ପରୀକ୍ଷାର ସ୍ବଚ୍ଛତା ପ୍ରଭାବିତ ହୋଇଛି, ଜବାବ ଦେବାକୁ ହେବ ବୋଲି କହିଥିଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ଏହି ଆବେଦନକୁ ଅନ୍ୟ ଏକ ଆବେଦନ ସହ ଯୋଡିଥିଲେ। ଏଥିସହ ନିଟ୍‌ ଫଳାଫଳକୁ ଆଧାର କରି କାଉନସେଲିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ ସଫା ସଫା ମନା କରି ଦେଇଥିଲେ ।

ପରେ ଜୁନ୍ ୧୧ ତାରିଖରେ ନିଟ୍‌ ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନର ଶୁଣାଣି କରି କହିଥିଲେ ନିଟ୍ କାଉନସେଲିଂ ଉପରେ କୌଣସି ରୋକ୍‌ ଲାଗିବନାହିଁ । କେବଳ ସେତିକି ନୁହେଁ ଏହି ପରୀକ୍ଷାକୁ ରଦ୍ଦ ମଧ୍ୟ କରାଯିବ ନାହିଁ ବୋଲି ମଧ୍ୟ ସୁପ୍ରିମକୋର୍ଟ କହିଥିଲେ । ହେଲେ ଏହାକୁ ନେଇ ବିବାଦ ଥମିବାର ନାଁ ନେଉନଥିବା ବେଳେ ଆଜି କିଛି ଏପରି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ।

Leave A Reply

Your email address will not be published.