Latest Odisha News

BREAKING NEWS

ଝିଅ ଚିକିତ୍ସା ପାଇଁ ସହାୟତା ଅପେକ୍ଷାରେ ପରିବାର. ..

କଟକ: ଗରିବ ଅସହାୟ ରୋଗୀ ମାନଙ୍କ ପାଇଁ କେତେ କଣ ସୁବିଧା କରାଯାଉଛି । ହେଲେ ବହୁ ସ୍ଥାନରେ ଅସହାୟ ହୋଇ ଚିକିତ୍ସା । ପାଇପାରୁନାହାନ୍ତି ବହୁ ଗରିବ ରୋଗୀ ମାନେ । ଏମିତି କିଛି ଦୟନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ୍ କଟକରେ ।  ଜଣେ ଅସହାୟ ବାପର କରୁଣ କାହାଣୀ ଦେଖିବାକୁ ମିଳିଛି । ରୋଗ ଗ୍ରସ୍ତ ଝିଅର ଚିକିତ୍ସା କରିନପାରି ଅସହାୟ ହୋଇପଡିଛନ୍ତି ବ୍ୟକ୍ତି ଜଣକ । ବହୁ ଆଶା ନେଇ କଟକ ଏସସିବି ଆସିଥିଲେ ଚିକିତ୍ସା ପାଇଁ । ହେଲେ ଜଣେ ନାବାଳିକାକୁ ଚିକିତ୍ସା ଯୋଗାଇ ପାରିଲାନି ଏସସିବି । ଚିକିତ୍ସା ନକରି ମେଡିକାଲରୁ ତଡି ଦିଆଯାଇଛି ।

BjdElectrycity

ଅସୁସ୍ଥ ଝିଅକୁ ଧରି ଅସହାୟ ବାପା ତ୍ରିଲୋଚନ ଦାସ କଟକ ରେଳ ଷ୍ଟେସନ୍‌ରେ ବସିଥିବା ବେଳେ ଆର‌୍‌ପିଏଫ୍‌ ଅଧିକାରୀଙ୍କ ସହାୟତାକ୍ରମେ ବାଲେଶ୍ବର ହଳଦିପଡ଼ାସ୍ଥିତ ନିଜ ଘରକୁ ଫେରି ଯାଇଛନ୍ତି।  ହେଲେ ଝିଅର ଚିକିତ୍ସା କେମିତି ହେବ ବୋଲି ତାଙ୍କ ପରିବାର ଲୋକଙ୍କ ଚିନ୍ତା ବଢିଯାଇଛି ।

ତ୍ରିଲୋଚନଙ୍କ ସୂଚନା ଅନୁଯାୟୀ, ତାଙ୍କ ଝିଅକୁ ଦେଢ ବର୍ଷ ତଳେ ବାତ ମାରିବା ଭଳି ଲକ୍ଷଣ ଦେଖାଦେଇଥିଲା । ତେଣୁ ଝିଅର ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଙ୍କୁ ଦେଖାଇ ଔଷଧ ଖୁଆଇ ଥିଲେ। ହେଲେ ସୁଫଳ ମିଳି ନଥିଲା। ଚଳିତ ବର୍ଷ ଏପ୍ରିଲ ମାସରେ ଝିଅକୁ ଧରି ଭୁବନେଶ୍ବର ଏମ୍ସକୁ ଆସିଥିଲେ। ହେଲେ ଏଠାରେ ଡାକ୍ତରଙ୍କ ସହିତ ସାକ୍ଷାତ କରି ପାରିନଥିଲେ। ପରେ ଏସ୍‌ସିବି ମେଡିକାଲ୍‌କୁ ଆସି ଡାକ୍ତରଙ୍କ ପରାମର୍ଶକ୍ରମେ ଅଗଷ୍ଟ ୨୬ ତାରିଖରେ ଝିଅକୁ ନ୍ୟୁରୋଲୋଜି ବିଭାଗରେ ଭର୍ତ୍ତି କରାଯାଇଥିଲା। ବିଭାଗୀୟ କନିଷ୍ଠ ଡାକ୍ତରମାନେ ତ୍ରିଲୋଚନ ଓ ତାଙ୍କ ଝିଅକୁ ସବୁପ୍ରକାର ସହାୟତା ଯୋଗାଇ ଦେଇଥିଲେ।

ହାତରୁ ଖର୍ଚ୍ଚ କରି ରୋଗୀଙ୍କ ପାଇଁ ଔଷଧ ଓ ପରୀକ୍ଷା କରାଇବାକୁ ଡାକ୍ତରମାନେ ପଛାଉ ନଥିଲେ। କିନ୍ତୁ ଦେଢମାସ ଚିକିତ୍ସା ହେଲା ପରେ କୌଣସି ସୁଧାର ନଆସିବାରୁ ବିଭାଗୀୟ ବରିଷ୍ଠ ଡାକ୍ତର ଏଠାରେ ଆଉ ଚିକିତ୍ସା କରାଯାଇପାରିବନି ବୋଲି ଶୁଣାଇ ଥିଲେ। ଝିଅର ରୋଗ ନିରୂପଣ ଠିକ୍‌ରେ ହୋଇପାରୁ ନଥିବାରୁ ଝିଅ ଆଉ ଭଲ ହେବ ନାହିଁ, ବଞ୍ଚିବ ନାହିଁ, ବେଡ୍‌ ଖାଲି କର, ଏମିତି ଅନେକ ନକରାତ୍ମକ କଥା ତ୍ରିଲୋଚନଙ୍କୁ କୁହାଯାଇଥିଲାବେଳେ ଡିସ୍‌ଚାର୍ଜ କରିନେବାକୁ ଚାପ ପକାଯାଇଥିଲା ।

ଶେଷରେ ନିରୂପାୟ ହୋଇ ଝିଅକୁ ଡିସ୍‌ଚାର୍ଜ କରି ତ୍ରିଲୋଚନ ଘରକୁ ଯିବା ପାଇଁ ଅଟୋ ଯୋଗେ କଟକ ରେଳ ଷ୍ଟେସନ୍‌ ଚାଲି ଆସିଥିଲେ। କିନ୍ତୁ ପାଖରେ ଟଙ୍କା ନଥିବାରୁ ଟ୍ରେନ୍‌ରେ ଯାଇ ପାରୁନଥିଲେ। ତେବେ ଷ୍ଟେସନ୍‌ ବାରଣ୍ତାରେ ବାପ-ଝିଅ ଅସହାୟ ଅବସ୍ଥାରେ ପଡିଥିବା ସମୟରେ ଜଣେ ଆର‌୍‌ପିଏଫ୍‌ ଅଧିକାରୀ ଘଟଣା ବିଷୟରେ ଜାଣିପାରି ତ୍ରିଲୋଚନଙ୍କୁ ଘରକୁ ପଠାଇବା ପାଇଁ ବ୍ୟବସ୍ଥା କରାଇଥିଲେ।

Leave A Reply

Your email address will not be published.