Latest Odisha News

BREAKING NEWS

ହୁ ହୁ ଜଳିଗଲା କାର୍

ବାରିପଦା: ହୁ ହୁ ହୋଇ ଜଳିଗଲା ରାସ୍ତାକଡ଼ରେ ଠିଆ ହୋଇଥିବା କାର୍ । କେମିତି ନିଆଁ ଲାଗିଲା କେହି କିଛି ଜାଣି ନାହାନ୍ତି । ଚାହୁଁ ଚାହୁଁ କାରଟି ଜଳିପୋଡି ଛାରଖାର ହୋଇଗଲା । ବାରିପଦା ସହରର ଜଗନ୍ନାଥ ମନ୍ଦିର ନିକଟରେ ଆଜି ସକାଳୁ ଏହି ଘଟଣା ଘଟିଛି । ଏହି ବାଟ ଦେଇ ଯାଉଥିବା ଲୋକ କାରରେ ନିଆଁ ଲାଗିଥିବା ଦେଖିଥିଲେ ।

ସ୍ଥାନୀୟ ଲୋକଙ୍କ ପାଖରୁ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମବାହିନୀ ଟିମ୍ । ସଙ୍ଗେ ସଙ୍ଗେ ନିଆଁକୁ ଆୟତ୍ତ କରିଥିଲେ । ସେତେବେଳକୁ କାରଟି ଜଳି ଯାଇଥିଲା । ବଡ଼ ଧରଣାର ଅଘଟଣକୁ ଏଡ଼ାଇ ଦିଆଯାଇଛି ।
ତେବେ ସବୁଠୁ ବଡ଼ କଥା ହେଲା ତଳେ କାର ଜଳୁଥିବା ବେଳେ ଉପରେ ଯାଇଥିଲା ବିଦ୍ୟୁତ ଲାଇନ୍ । ଏଥିରେ ଆଉ କିଛି କ୍ଷତି ହୋଇନି । କାରରେ କେମିତି ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.