Latest Odisha News

ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ବିଭାଗର କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା: କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ବିଭାଗର କର୍ମଚାରୀଙ୍କ କାର୍ଯ୍ୟରେ ଅବହେଳା । ଏନେଇ ବିଭାଗୀୟ ମୁଖ୍ୟ ଓ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ଜୋର ଧରିଛି । ଜିଲ୍ଲା ସଦର ମହକୁମା ଜିଲ୍ଲା ଗ୍ରାମ ଉର୍ଣ୍ଣୟନ ପ୍ରକଳ୍ପ ନିର୍ଦେଶକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣୀ ଶିବିରରେ ସହରର ସ୍ବେଛାସେବୀ ମାନେ ଲିଖିତ ଭାବେ ଏପରି ଗୁରୁତର ଅଭିଯୋଗ କରିଛନ୍ତି l ସ୍ବେଛାସେବୀ ସ୍ବରୁପ ପାତ୍ରଙ୍କ ସହିତ ସ୍ବେଛାସେବୀ ମାନେ ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନ କରିବା ପାଇଁ ଚେତାବନୀ ମଧ୍ୟ ଦେଇଛନ୍ତି l

ସୂଚନା ଅନୁସାରେ ଗତ ଜାନୁୟାରୀ ୩ ତାରିଖରେ ସ୍ବାସ୍ଥ୍ୟ ବିଭାଗର କୌଣସି ଛୁଟି ନଥିବା ସମୟରେ ଜାତୀୟ ସ୍ବାସ୍ଥ୍ୟ ମିଶନର କର୍ମଚାରୀ ମାନେ କାର୍ଯ୍ୟାଳୟରେ ତାଲା ପକାଇ ବଣଭୋଜି କରିବାକୁ ଯାଇଥିଲେ l ଜାନୁୟାରୀ 3 ତାରିଖରେ ବଲାଙ୍ଗିରି ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଥିବା ବେଳେ ସୁବର୍ଣ୍ଣପୁର ପ୍ରଶାସନ ବି ବେଶ ତତ୍ପର ଓ ଯତ୍ନବାନ ଥିଲେ l ହେଲେ ଜିଲ୍ଲାରେ ଜାତୀୟ ସ୍ବାସ୍ଥ୍ୟ ମିଶନର କର୍ମଚାରୀମାନେ କାର୍ଯ୍ୟାଳୟରେ ତାଲା ପକାଇ ପଡୋଶୀ ବଲାଙ୍ଗିର ଜିଲ୍ଲାର କୁଆଖାଇ ଜଳ ପ୍ରକଳ୍ପକୁ ବଣଭୋଜି କରି ଯାଇଥିଲେ l ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟାଳୟକୁ ଆସିଥିବା ରୋଗୀ, ରୋଗୀଙ୍କ ସଂପର୍କିୟ ଓ ହିତାଧିକାରୀମାନେ ନିଜ କାର୍ଯ୍ୟ ସଂପାଦନ ନକରି ପାରି ନିରାଶ ହୋଇ ଘରକୁ ଫେରିଥିଲେ l ଘଟଣା ଜଣାପଡିବା ପରେ ସ୍ବେଛାସେବୀମାନେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ କର୍ମଚାରୀଙ୍କୁ ସହଯୋଗ କରୁଥିବା ଅଭିଯୋଗ ହେଉଛି l

ଏହାରି ଭିତରେ ଦୁଇ ମାସ ବିତି ଯାଇଥିଲେ ମଧ୍ୟ ସରକାରୀ କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିଥିବା କର୍ମଚାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ l ତେଣୁ ସ୍ବେଛାସେବୀ ମାନେ ଜରୁରୀ ସେବାରେ ଏଭଳି ଅବହେଳା ଯୋଗୁଁ ବଣଭୋଜିରେ ଯୋଗ ଦେଇଥିବା କର୍ମଚାରୀ ଓ ଚିକିତ୍ସାଳୟର ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେହି ଦିନର ଦରମାକୁ ରେଡ଼କ୍ରସ ପାଣ୍ଠିକୁ ଦେବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି l ଦାବି ପୂରଣ ନହେଲେ ସ୍ବେଛାସେବୀ ମାନେ ଆଗକୁ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି l

Leave A Reply

Your email address will not be published.