Latest Odisha News

BREAKING NEWS

ସନ୍ଦେଶଖାଲି ମାମଲାରେ ମମତା ସରକାରଙ୍କୁ ଝଟକା; ହେବନି ତ୍ବରିତ ଶୁଣାଣି, ସିଜିଆଇ ସ୍ଥିର କରିବେ ସମୟ

ନୂଆଦିଲ୍ଲୀ: ସନ୍ଦେଶଖାଲୀ ମାମଲାରେ ମମତା ସରକାରଙ୍କୁ ଲାଗିଛି ବଡ ଝଟକା । ସନ୍ଦେଶଖାଲିରେ ଇଡ଼ି ଟିମ୍ ଉପରେ ହୋଇଥିବା ଆକ୍ରମଣରେ କଲିକତା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସମର୍ଥନ କରି ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଛନ୍ତି ସର୍ବୋଚ୍ଚ ଅଦାଲତ । ମଙ୍ଗଳବାର ହାଇକୋର୍ଟ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେବା ପରେ ଏହା ବିରୋଧରେ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ତ୍ୱରିତ ଶୁଣାଣି ପାଇଁ ମମତା ସରକାର ଆବେଦନ କରିଥିଲେ । ସୁପ୍ରିମକୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ହେଲେ ସୁପ୍ରିମକୋର୍ଟ ଏହି ଘଟଣାର ତୁରନ୍ତ ଶୁଣାଣି ପାଇଁ ମନା କରିଦେଇଛନ୍ତି ।

ସନ୍ଦେଶଖାଲିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଉପରେ ଆକ୍ରମଣ ମାମଲାକୁ ନେଇ ବରିଷ୍ଠ ଓକିଲ ଅଭିଷେକ ମନ୍ନୁ ସିଂଘଭି ପଶ୍ଚିମବଙ୍ଗ ସରକାରଙ୍କ ଯାଚିକା ଉପରେ ଶୀଘ୍ର ଶୁଣାଣି କରିବା ପାଇଁ ଦାବି କରିଥିଲେ । ଏହାଉପରେ ଜଷ୍ଟିସ ସଞ୍ଜୀବ ଖନ୍ନାଙ୍କ ବେଞ୍ଚ ଶୀଘ୍ର ଶୁଣାଣି ଉପରେ ଆଦେଶ ଦେବା ପାଇଁ ମନା କରି ଦେଇଛନ୍ତି ।

ଅଭିଷେକ ମନ୍ନୁ ସିଂଘଭିଙ୍କୁ ପ୍ରଧାନ ବିଚାରପତିଙ୍କ ନିକଟକୁ ଯିବାକୁ କୁହାଯାଇଛି । ପଶ୍ଚିମବଙ୍ଗ ସରକାରଙ୍କ ଆବେଦନ ଉପରେ ଶୁଣାଣି କେବେ ଏବଂ କେଉଁଠାରେ ହେବ ସେନେଇ ସିଜେଆଇ ନିଷ୍ପତ୍ତି ନେବେ ବୋଲି କୁହାଯାଇଛି ।

ଏହା ସହ ଆଜି (ବୁଧବାର) ହିଁ ମୁଖ୍ୟ ଅଭିଯୁକ୍ତ ତଥା ନିଲମ୍ବିତ ଟିଏମସି ନେତା ଶାହାଜାହାନ ଶେଖଙ୍କୁ ସିବିଆଇକୁ ହସ୍ତାନ୍ତର କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

 

Leave A Reply

Your email address will not be published.