Latest Odisha News

BREAKING NEWS

ଜାୟଡସ କାଡିଲା ଟିକା; ଡୋଜ୍‌ ପିଛା ଦାମ୍‌ ୩୦୦ ଟଙ୍କା!

ନୂଆଦିଲ୍ଲୀ: କୋଭିଡ୍-୧୯ ବିରୋଧୀ ଟିକା ZyCov-D ର ମୂଲ୍ୟ ନିର୍ଣ୍ଣୟ ଉପରେ କେନ୍ଦ୍ର ଏବଂ ଜାୟଡସ୍ କ୍ୟାଡିଲା ମଧ୍ୟରେ ଆଲୋଚନା ଚାଲିଛି। ଏହାରି ଭିତରେ ସରକାରୀ ସୂତ୍ରରୁ ପ୍ରକାଶ ଯେ ଏହି ଟିକାର ମୂଲ୍ୟ ପ୍ରତି ଡୋଜ ପିଛା ୩୦୦ ଟଙ୍କା ରହିପାରେ। ଏହି ଟିକା ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କ ଲାଗି ଉପଲବ୍ଧ ହେବ।

ଏହାର ଅର୍ଥ ୩ଟି ଯାକ ଡୋଜ୍‌ ପାଇଁ କମ୍ପାନୀ ୯୦୦ ଟଙ୍କା ନେବ। ତେବେ ଏହାର ଚୂଡାନ୍ତ ମୂଲ୍ୟ ଆସନ୍ତା ସପ୍ତାହରେ ସ୍ଥିର ହେବାର ସମ୍ଭାବନା ରହିଛି ବୋଲି ସୂତ୍ରରୁ ପ୍ରକାଶ।

ସରକାର କୋଭାକ୍ସିନକୁ ୧୫୭.୫୦ ଟଙ୍କାରେ ଏବଂ କୋଭିଶିଲ୍ଡ ୨୨୫.୭୫ ଟଙ୍କାରେ କିଣିଛନ୍ତି। ବେସରକାରୀ ସୁବିଧାଗୁଡ଼ିକରେ କୋଭାକ୍ସିନ ୧୪୧୦ ଟଙ୍କା ଏବଂ କୋଭିଶିଲ୍ଡ ୭୦୦ ଟଙ୍କା ମୂଲ୍ୟରେ ଉପଲବ୍ଧ।

ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଗତ ସପ୍ତାହରେ କହିଥିଲେ ଯେ ବୟସ୍କ ଏବଂ ଶିଶୁଙ୍କ ପାଇଁ ଜାୟଡସ୍ କ୍ୟାଡିଲା କୋଭିଡ-୧୯ ଟିକା ମୂଲ୍ୟ ଭିନ୍ନ ହେବ ଏବଂ ସେ ନେଇ ଆଲୋଚନା ଚାଲିଛି।

ସେ କହିଛନ୍ତି, “ବେସରକାରୀ ତଥା ସରକାରୀ କ୍ରୟ ମୂଲ୍ୟ ଭିନ୍ନ ହେବ। ଏହା ପ୍ରଥମ ଛୁଞ୍ଚିମୁକ୍ତ ଟିକା ହେବ।

Comments are closed.