Latest Odisha News

BREAKING NEWS

ସୋସିଆଲ୍‌ ମିଡିଆରେ ହୃଦୟର କଥା ଲେଖି ରୋହନପ୍ରୀତଙ୍କୁ ପ୍ରେମ ନିବେଦନ କଲେ ନେହା!

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଗାୟିକା ନେହା କକ୍କଡ଼ ଓ ରୋହନପ୍ରୀତ ସିଂହ ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଚର୍ଚ୍ଚା ହେଉଛି।

ନିକଟରେ ଏକ ରିୟଲିଟି ସୋ ‘ମୁଝ୍‌ସେ ସାଦି କରୋଗେ’ର ପ୍ରତିଯୋଗୀ ରୋହନପ୍ରୀତ ସିଂହ ସୋସିଆଲ୍‌ ମିଡିଆରେ ନିଜର ପଟୋ ସେୟାର୍‌ କରିଛନ୍ତି ଫଟୋ ସେୟାର୍‌ କରି ରୋହନ୍‌ ପ୍ରୀତ୍‌ ଲେଖିଛନ୍ତି କ୍ୟା ହୋ ରାହା ହୈ? ଗୁଡ୍‌ ମର୍ଣ୍ଣିଂ।

ନେହା ଏହି ଫଟୋରେ କମେଣ୍ଟ୍‌ ଦେଇ ଲେଖିଛନ୍ତି, ବେବି ତୁମ୍‌ ବେଷ୍ଟ୍‌ ହୋ। ନିକଟରେ ଦୁହିଁଙ୍କର ଆଉ ଏକ ଫଟୋ ଭାଇରାଲ୍‌ ହୋଇଥିଲା। ସେଥିରେ ନେହା ରୋହନପ୍ରୀତ୍‌ଙ୍କୁ ପ୍ରେମ ନିବେଦନ କରିଛନ୍ତି ଏବଂ ଦୁହିଁଙ୍କ ନାଁକୁ ଯୋଡ଼ି ‘ହାସ୍‌ଟ୍ୟାଗ୍‌ ନେହୁପ୍ରୀତ୍‌’ ଲେଖିଛନ୍ତି।

ତେବେ ନେହାଙ୍କ ଏହି ପୋଷ୍ଟ ପରଠୁ ତାଙ୍କ ନିକଟକୁ ଅନେକ ଶୁଭେଚ୍ଛାର ସୁଅ ଛୁଟିଛି।

Comments are closed.