Latest Odisha News

BREAKING NEWS

ବିବାହ ପରେ ପ୍ରଥମ ଥର ପାଇଁ ସୁଟିଂ ସେଟ୍‌କୁ ଫେରିଲେ ନେହା

ମୁମ୍ବାଇ: ଗାୟିକା ନେହା କକ୍କଡ ଅକ୍ଟୋବର ୨୪ ରେ ଗାୟକ ରୋହନପ୍ରୀତ ସିଂଙ୍କୁ ବିବାହ କରିଥିଲେ ଏବଂ ଏହା ପରେ ଦୁହେଁ ହନିମୁନ୍‌ ପାଇଁ ଦୁବାଇ ଯାଇଥିଲେ। ନେହା କକ୍କଡ ହନିମୁନ୍‌ରୁ ଫେରିବା ପରେ ଇଣ୍ଡିଆନ୍‌ ଆଇଡଲ୍‌ ସୁଟିଂ ସେଟ୍‌କୁ ଫେରିଛନ୍ତି। ସେ ସିଙ୍ଗିଙ୍ଗ୍‌ ରିଆଲିଟି ସୋ ‘ଇଣ୍ଡିଆନ୍ ଆଇଡଲ୍ ୨୦୨୦’ ରେ ବିଚାରପତି ଭାବରେ ଯୋଗ ଦେଇଛନ୍ତି। ସୋ’ରେ ବିଶାଲ ଦାଦଲାନି ଏବଂ ହିମେଶ ରେଶମିଆ ମଧ୍ୟ ତାଙ୍କ ସହ ବିଚାରପତି ହୋଇଛନ୍ତି। ସୋ’ର ପ୍ରଥମ ଏପିସୋଡ୍ ୨୮ ନଭେମ୍ବରରୁ ପ୍ରସାରିତ ହେବ। ଏଥିପାଇଁ ଶୁଟିଂ ଆରମ୍ଭ ହୋଇଛି।

ସୋ’ର ସୁଟିଂ ସମୟରେ ହିମେଶ ରେଶମିଆ ନେହା କକ୍କଡଙ୍କ ପାଇଁ ଏକ ବିଶେଷ ଉପହାର ନେଇଥିଲେ। ଏହି ଉପହାରରେ ନେହାଙ୍କ ପାଇଁ ପାନି ପୁରୀ ଅର୍ଥାତ୍‌ ଗୁପ୍‌ଚୁପ୍‌ ଥିଲା, ଯାହାକୁ ନେହା ବହୁତ ପସନ୍ଦ କରିଥିଲେ। ଏହି ଉପହାର ଦେଖି ନେହା ବହୁତ ଖୁସି ମଧ୍ୟ ହୋଇଥିଲେ।

Comments are closed.