Latest Odisha News

ପ୍ରଥମ ଆନିଭର୍ସରୀକୁ ସ୍ପେଶାଲ ଅନ୍ଦାଜରେ ସେଲିବ୍ରେସନ କଲେ ନେହା କକ୍କର-ରୋହନପ୍ରୀତି

ମୁମ୍ବାଇ :ପ୍ରଥମ ଆନିଭର୍ସରୀ ସେଲିବ୍ରେସନ କଲେ ବଲିଉଡର ଫେମସ ସିଙ୍ଗର ନେହା କକ୍କର। ବଲିଉଡର ଫେମସ ସିଙ୍ଗର ନେହା କକ୍କର ତାଙ୍କ ପତି ରୋହନପ୍ରୀତି ସିଂହ ନିଜ ପ୍ରଥମ ଆନିଭର୍ସରୀକୁ ସ୍ପେଶାଲ ୱେରେ ସେଲିବ୍ରେସନ କରିଛନ୍ତି।

୨୪ ଅକ୍ଟୋବରରେ ଏହି ଫେମସ ଷ୍ଟାର କପୁଲ ଏକ ରୟାଲ ଷ୍ଟାଇଲରେ ନିଜ ଆନିଭର୍ସରୀ ପାଳିଥିଲେ। ଯାହାର କିଛି ଫଟୋ ନେହା ନିଜ ଇଷ୍ଟାଗ୍ରମରେ ସେୟାର କରିଛନ୍ତି। ନେହା ଏହି ଫଟୋରେ ପିଙ୍କ୍ ସାଲୁଆର ସୁଟ୍ ପିନ୍ଧିଥିବା ବେଳେ ତାଙ୍କ ହବି ରୋହନପ୍ରୀତି ଡେନମି ଲୁକରେ ନଜର ଆସିଥିଲେ।

କ୍ୟାଣ୍ଡେଲନାଇଟ ଡିନର ସହ ଏକ ଲକଜୁରିୟସ ବୋଟରେ ରହି ନିଜ ଆନିଭର୍ସରୀକୁ ସେଲିବ୍ରେଟି କପୁଲ ପାଳିଛନ୍ତି। ନେହାଙ୍କ ଫ୍ୟାନ ମାନେ ତାଙ୍କୁ ଆନିଭର୍ସରୀ ଉଇସ୍ କରିବା ସହ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଏହି ଫଟୋକୁ ଖୁବ୍ ପସନ୍ଦ କରିଛନ୍ତି।

Comments are closed.