Latest Odisha News

BREAKING NEWS

ଇଣ୍ଡିଆନ ଆଇଡଲ୍ ସୋ’ର ଆଗାମୀ ଏପିସୋଡରେ ନଜର ଆସିବେନି ନେହା, ପ୍ରଶଂସକ ନିରାଶ 

ମୁମ୍ବାଇ: ପପୁଲାର ରିଆଲିଟି ସୋ’ ଇଣ୍ଡିଆନ ଆଇଡଲ୍ ର ଆଗାମୀ ଏପିସୋଡରେ ନଜର ଆସିବେନି ନେହା କକ୍କର । ଇଣ୍ଡିଆନ ଆଇଡଲ୍ ସିଜିନ ୧୨ର ଗାୟିକା ନେହା କକ୍କର, ବିଶାଲ ଦଦଲାନୀ ଏବଂ ହିମେଶ ରେଶମିୟା ଏହି ସୋ’ରେ ଜଜ୍ ଅଛନ୍ତି । ଏମାନଙ୍କ ମଧ୍ୟରୁ ଆଗାମୀ ଏପିସୋଡରେ ଜଜ୍ ନେହାଙ୍କୁ ଦେଖିବାକୁ ମିଳିବନି । ନିଜର ବ୍ୟକ୍ତିଗତ କାମକୁ ନେଇ ସେ ବ୍ୟସ୍ତ ରହିବେ ବୋଲି ଜଣାପଡିଛି । ତେଣୁ ସୁଟିଂ କରିପାରିବେ ନାହିଁ । ଯାହା ଦର୍ଶକଙ୍କୁ ନିରାଶ କରିଛି ।

ଚଳିତ ସପ୍ତାହ ଶେଷ ଆଡକୁ ଟେଲିକାଷ୍ଟ ହେବାକୁ ଥିବା ଏପିସୋଡରେ ଜୟାପଦା ଅତିଥି ଭାବେ ଯୋଗ ଦେବେ । ଇଣ୍ଡିଆନ ଆଇଡଲକୁ ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରତିଯୋଗୀମାନେ ମଧ୍ୟ ବେଶ ଟ୍ୟାଲେଣ୍ଟଡ୍ । ଏହି ସୋକୁ ଦେଖିବାକୁ ଏହାର ପ୍ରଶଂସକ ଚାହିଁ ବସିଥାନ୍ତି । ଦର୍ଶକଙ୍କ ମନୋରଞ୍ଜନ ପାଇଁ ନିର୍ମାତା ପ୍ରଚେଷ୍ଟା କରିବେ ବୋଲି ଆଶା କରାଯାଉଛି । 

Leave A Reply

Your email address will not be published.