Latest Odisha News

BREAKING NEWS

ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର କରୋନା ପଜିଟିଭ୍

ନୂଆଦିଲ୍ଲୀ : ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି ମହାମାରୀ କରୋନା ସଂକ୍ରମଣ । ଦିନକୁ ଦିନ ସଂକ୍ରମଣ ରେକର୍ଡ ଭାଙ୍ଗୁଥିବା ବେଳେ, ଅନେକ ଏହି ଭୂତାଣୁରେ ସଂକ୍ରମିତ ହେଲେଣି । ଏହି ଭାଇରସରେ ସଂକ୍ରମିତ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର । ଟେଷ୍ଟ ରିପୋର୍ଟରେ କରୋନା ପଜିଟିଭ୍ ଥିବା ନେଇ ସୂଚନା ଦେଇଛନ୍ତି ଶଶୀ ଥରୁର । କରୋନାରେ ଆକ୍ରାନ୍ତ ହେବା ପରେ ସେ ସଙ୍ଗରୋଧରେ ଅଛନ୍ତି । ସେହିପରି କରୋନାରେ ତାଙ୍କ ଭଉଣୀ ଓ ୮୫ ବର୍ଷୀୟା ମା’ ଆକ୍ରାନ୍ତ ଥିବା ନେଇ ସୂଚନା ଦେଇଛନ୍ତି ଥରୁର ।

Leave A Reply

Your email address will not be published.