Latest Odisha News

ନେପାଳରେ ବସ୍‌ ଦୁର୍ଘଟଣା: ୧୮ ମୃତ

ନୂଆଦିଲ୍ଲୀ: ନେପାଳରେ ସୋମବାର ସକାଳୁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ପୋଖରାରୁ କାଠମାଣ୍ଡୁ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଧାଡିଙ୍ଗର ତ୍ରିଶୂଳୀ ନଦୀରେ ଖସି ପଡ଼ିବା ଫଳରେ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ବେନିଘାଟ ରୋରାଙ୍ଗ ଗ୍ରାମୀଣ ପୌରପାଳିକାର ୩ନମ୍ବର ୱାର୍ଡର ଚାରାଉଣ୍ଡି ନିକଟରେ ଚିନ୍ନଧାରାଠାରେ ବସ୍ଟି ରାତି ପ୍ରାୟ ୧ଟା ୧୫ରେ ନଦୀରେ ଖସି ପଡ଼ିଥିଲା। ଧାଡିଙ୍ଗ ଜିଲ୍ଲା ଟ୍ରାଫିକ୍ ପୋଲିସ ଅଧିକାରୀ କହିଛନ୍ତି ଯେ ମୃତକଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି, ଯେଉଁଥିରେ ୬ ଜଣ ମହିଳା ମଧ୍ୟ ଅଛନ୍ତି। ମୋଟ ୨୭ ଜଣ ଯାତ୍ରୀ ଆହତ ହୋଇଛନ୍ତି।

ବସଟି ପୋଖରାରୁ ରାଜଧାନୀ କାଠମାଣ୍ଡୁ ଯାଉଥିଲା। କାଠମାଣ୍ଡୁରୁ ପ୍ରାୟ ୯୦ କିଲୋମିଟର ପଶ୍ଚିମରେ ପୃଥ୍ୱୀ ରାଜପଥର ଗଜୁରୀ ନିକଟରେ ୪୦ ରୁ ଅଧିକ ଯାତ୍ରୀଙ୍କୁ ନେଇ ବସ୍ ଟି ନଦୀକୁ ଖସି ପଡ଼ିଥିଲା। ‘କାଠମାଣ୍ଡୁ ପୋଷ୍ଟ’ ଅନୁଯାୟୀ, ଧାଡିଂ ଜିଲ୍ଲା ଟ୍ରାଫିକ୍ ପୋଲିସ କାର୍ଯ୍ୟାଳୟ ମୁଖ୍ୟ ଶିଶିର ଥାପା କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା ୧୮ ରେ ପହଞ୍ଚିଛି, ଯେଉଁଥିରେ ନ୍ୟୁଜିଲ୍ୟାଣ୍ଡର ଦୁଇ ପର୍ଯ୍ୟଟକ ମଧ୍ୟ ଅଛନ୍ତି। ବସ୍ ରୁ ୨୮ ଜଣ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି।

ଆହତ ଯାତ୍ରୀମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଉଦ୍ଧାର କାର୍ଯ୍ୟରେ ନେପାଳ ସେନା, ସଶସ୍ତ୍ର ପୋଲିସ ବାହିନୀ ଏବଂ ନେପାଳ ପୋଲିସର କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡର ଜଣେ ପୁରୁଷ ଯାତ୍ରୀ ଅଛନ୍ତି। ଆହତମାନଙ୍କ ମଧ୍ୟରେ ଜାପାନ ଏବଂ ନେଦରଲ୍ୟାଣ୍ଡର ଜଣେ ମହିଳା ଅଛନ୍ତି।

Leave A Reply

Your email address will not be published.