Latest Odisha News

BREAKING NEWS

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ନିଖୋଜ, ବାଲେଶ୍ୱରରେ ଲାଗିଛି ପୋଷ୍ଟର

ବାଲେଶ୍ୱର: କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ନିଖୋଜ । ଏଭଳି ଏକ ପୋଷ୍ଟର ବାଲେଶ୍ୱରର ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ‘ଆମର ସାଂସଦ ପ୍ରତାପ ଷଡଙ୍ଗୀ ନିଖୋଜ, ଦୟାକରି ଖୋଜିବାରେ ସାହାଯ୍ୟ କରନ୍ତୁ’ ବୋଲି ଲେଖାହୋଇଛି ।

ଏବେ ଏହି ପୋଷ୍ଟରକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ପୋଷ୍ଟରର ମୂଳ ଉଦ୍ଦେଶ୍ୟ ହେଉଛି, କରୋନା ଏବଂ ଅମ୍ଫାନ ଭଳି ମହାବାତ୍ୟା ସମୟରେ ଜିଲ୍ଲାବାସୀ ସାଂସଦଙ୍କୁ ଦେଖିବାକୁ ପାଇ ନାହାନ୍ତି । ତେଣୁ ଜିଲ୍ଳାବାସୀ ଚାରିଆଡେ ଏଭଳି ପୋଷ୍ଟର ଲଗାଇଛନ୍ତି । ସେପଟେ ମନ୍ତ୍ରୀଙ୍କୁ ବଦନାମ କରିବା ପାଇଁ ଏହା ଏକ ଯୋଜନା ହୋଇଥାଇ ପାରେ ବୋଲି ଆଲୋଚନା ହେଉଛି ।

ସୂଚନା ଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ଟିକେଟରେ ପ୍ରତାପ ଷଡଙ୍ଗୀ ରେକର୍ଡ ସଂଖ୍ୟକ ଭୋଟରେ ବାଲେଶ୍ୱର ସାଂସଦ ଆସନ ଜିତିଥିଲେ ।

Leave A Reply

Your email address will not be published.