କାଠମାଣ୍ଡୁ: ନେପାଳ ସରକାର ଆଜି ତାଙ୍କ ନାଗରିକମାନଙ୍କୁ ଚେତବାନୀ ଦେଇଛନ୍ତି । ନ ବୁଝି ନ ଶୁଝି ଏପରି କାର୍ଯ୍ୟ କରନି ଯେ, ପଡୋଶୀ ଦେଶ ସହ ଆମ ସମ୍ପର୍କ ଖରାପ ହେବ । ଆମେ ସମସ୍ତ ପଡୋଶୀ ଦେଶ ସହ ସମ୍ପର୍କ ଭଲ ରଖିବାକୁ ଚେଷ୍ଟା କରିବା ବୋଲି ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବା କହିଛନ୍ତି । କିଛିି ଦିନ ତଳେ ଏକ ଯୁବକର ମୃତ୍ୟୁ ନେଇ ନେପାଳରେ କିଛି ଲୋକ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁତଳିକା ଦାହ କରିଥିଲେ । ଏହି ପରିପ୍ରେକ୍ଷୀରେ ନେପାଳ ପ୍ରଧାନମନ୍ତ୍ରୀ ଏହା କହିଥିଲେ ।
ନେପାଳର ଜୟ ସିଂ ନାମକ ଯୁବକ ଭାରତର ଧରଚୁଲାର ଗସ୍କକୁ ବେଆଇନ ଭାବେ ପ୍ରବେଶ କରୁଥିବା ବେଳେ ମହାକାଳୀ ନଦୀରେ ପଡିଯିବା ଫଳରେ ମୃତ୍ୟୁବରଣ କରିଥିଲେ । ବିକ୍ଷୋଭକାରୀମାନେ ଏଥିପାଇଁ ଭାରତର ସୁରକ୍ଷା ବାହିନୀକୁ ଦାୟୀ କରିଥିଲେ ।
Comments are closed.