କାଠମାଣ୍ଡୁ: ଭାରତ-ନେପାଳ ବିବାଦ ଆଗକୁ ବଢ଼ିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଶନିବାର ନେପାଳ ସଂସଦରେ ଭାରତର କିଛି ଅଂଚଳ ଥିବା ନୂତନ ମ୍ୟାପକୁ ପାରିତ କରାଯାଇଛି । ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍ ପାସ୍ କରାଯାଇଛି । ୨୭୫ରୁ ୨୫୮ ଭୋଟ ବିଲ ସପକ୍ଷରେ ପଡିଥିଲା । ବିଲ ବିପକ୍ଷରେ ଗୋଟିଏ ହେଲେ ଭୋଟ ପଡି ନ ଥିଲା । ଭାରତ ଲିପୁଲେଖ, ଲିମପିୟାଧୁରା ଓ କଲାପାନୀକୁ ନିଜର ବୋଲି କହୁଥିବା ବେଳେ ନେପାଳ ମଧ୍ୟ ଏହାର ଦାବୀଦାର ଭାବେ ଉପସ୍ଥାପନ କରିଛି । ଗତ ମାସରେ ନେପାଳ ସରକାର ଏହି ବିଲ୍ ଉପସ୍ଥାପନ କରିଥିଲେ ।
ବିବାଦର କାରଣ : ୧୮୧୬ରେ ନେପାଳ ଓ ବ୍ରିିଟିଶ ଇଷ୍ଟ ଇଣ୍ଡିଆ ମଧ୍ୟରେ ଆଙ୍ଗଲୋ-ନେପାଳ ଯୁଦ୍ଧ ହୋଇଥିଲା । ଏହା ପରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । କାଳୀ ନଦୀକୁ ଭାରତର ଏବଂ ଏହାର ପଶ୍ଚିମ ସୀମାକୁ ନେପାଳର ବୋଲି ଦର୍ଶାଯାଇଥିଲା । ଏହି ଆଧାରରେ ନେପାଳ ଉପରୋକ୍ତ ସ୍ଥାନଗୁଡିକ ନିଜର ବୋଲି ଦାବୀ କରୁଛି । ତେବେ ଉଭୟ ଦେଶ ଏ ନେଇ ନିଜ ପାଖରେ ଥିବା ନକ୍ସା ଦେଖାଉଛନ୍ତି । ଯେଉଁଥିରେ ସ୍ପଷ୍ଟ କିଛି ପ୍ରମାଣିତ ହେଉ ନାହିଁ ।
BREAKING NEWS
- ଚେନ୍ନାଇର ହ୍ୟାଟ୍ରିକ ପରାଜୟ: ଟିମ ଡେଭିଡ, ପାଡିକଲଙ୍କ ବିସ୍ଫୋରକ ବ୍ୟାଟିଂ
- Trump threatens: ମଙ୍ଗଳବାର ପାୱାର ପ୍ଲାଣ୍ଟ ଧ୍ୱଂସ ହୋଇଯିବ… ଇରାନ ହୋର୍ମୁଜ୍ ଯଦି ନ ଖୋଲେ;ଇରାନକୁ ଟ୍ରମ୍ପ୍ଙ୍କ ଅଶାଳୀନ ଗାଳି
- Lightning Strike:ରାଜ୍ୟରେ ବଜ୍ରପାତ ନେଲା ୩ଜୀବନ, ଅନେକ ଆହତ
- ଶିକ୍ଷା ବ୍ୟବସ୍ଥାର ଅବ୍ୟବସ୍ଥା ମଧ୍ୟରେ ନୂଆ ନୀତି; ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନେଇ ଚିନ୍ତା ବୃଦ୍ଧି..
- Revenue Service: ହ୍ବାଟସଆପରେ ହେବ ରାଜସ୍ୱ ସେବା ସମ୍ପର୍କିତ ଅଭିଯୋଗ ଗ୍ରହଣ
- Palasa- Ichchapuram: ଭାରତୀୟ ରେଳବାଇର ସ୍ପଷ୍ଟୀକରଣ;ପ୍ରଭାବିତ ହେବନାହିଁ ପୂର୍ବତଟ ରେଳବାଇର ରାଜସ୍ବ ଆୟ
- ଧୋନୀ କେବେ ଖେଳିବେ କହିଲେ ରିତୁରାଜ
- ବେଙ୍ଗାଲୁରୁ-ଦିଲ୍ଲୀ ଇଣ୍ଡିଗୋ ବିମାନରେ ବୋମା ଧମକ…
- ବିପୁଳ ପରିମାଣର କଫ୍ ସିରଫକୁ ଚାଲାଣ ବେଳେ ଜବତ, ୨ ଅଟକ
- Bengali actor Rahul death:ବଙ୍ଗୀୟ ଅଭିନେତା ରାହୁଲଙ୍କ ମୃତ୍ୟୁ ମାମଲା; ପତ୍ନୀ ୫ ଜଣଙ୍କ ବିରୋଧରେ ଏତଲା ଦେଲେ
Comments are closed.