Latest Odisha News

ପିଲାଙ୍କ ପାଇଁ ‘ପଠନ ଦିବସ, ପଠନ ସପ୍ତାହ’

ଭୁବନେଶ୍ୱର: ପିଲାଙ୍କ ମଧ୍ୟରେ ପାଠ ପଢ଼ା ପାଇଁ ଉତ୍ସାହ ସୃଷ୍ଟି କରିବା ଲାଗି ଆରମ୍ଭ ହେବ ‘ପଠନ ଦିବସ, ପଠନ ସପ୍ତାହ । ଆସନ୍ତା ୧୯ ତାରିଖରୁ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଏକ ସପ୍ତାହ ଯାଏଁ ପଠନ ସପ୍ତାହ ପାଳିତ ହେବ । ସେହିପରି କେବଳ ୧୯ ତାରିଖରେ ପଠନ ଦିବସ ପାଳନ ହେବ ।

ଏହା ମାଧ୍ୟ୍ୟମରେ ପିଲାଙ୍କୁ ଗପ ଶୁଣାଇବା, ଲୋକ କଳା, ଡ୍ରଇଁ, ପେଣ୍ଟିଂରେ ସାମିଲ କରାଯିବ । ପିଲାମାନଙ୍କ ପଢିବା ଓ ଲେଖିବା ଦକ୍ଷତା ବିକାଶ ଲାଗି ଏଭଳି ବ୍ୟବସ୍ତା କରାଯାଇଛି । ଏହା କାର‌୍ୟ୍ୟକ୍ରମ କରିବା ଲାଗି ନୀତି ଆୟୋଗ ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯିବା ପରେ ଓସେପା ଦ୍ୱାରା ଏହା ପ୍ରସ୍ତୁତ କରାଯାଇଛି । ଏହାକୁ କାର‌୍ୟ୍ୟକାରୀ କରିବା ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛି ଓସେପା ।

Leave A Reply

Your email address will not be published.