Latest Odisha News

BREAKING NEWS

ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀଙ୍କ ଭାରତ ବିରୋଧୀ ହେବା ମହଙ୍ଗା ସାବ୍ୟସ୍ତ ହେଲା, ଆଜି ଚୂଡାନ୍ତ ନିଷ୍ପତି

କାଠମାଣ୍ଡୁ: ନେପାଳ ରାଜନୀତି ପାଇଁ ଶନିବାର ଗୁରୁତ୍ୱପୂର୍ଣ୍ଣ ଦିବସ । ଭାରତ ବିରୋଧୀ ମନ୍ତବ୍ୟ ଦେବା ଓ ସୀମା ବିବାଦ ସୃଷ୍ଟି କରି ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀ ନିଜ ପଦ ବଂଚାଇବା ନେଇ ସଂଘର୍ଷ କରୁଛନ୍ତି । ନେପାଳ କମ୍ୟୁନିଷ୍ଟ ପାର୍ଟିର ୪୦ ଷ୍ଟାଣ୍ଡିଂ କମିଟି ସଦସ୍ୟରୁ ୩୩ଜଣ ଓଲୀଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ଚାପ ପକାଇଛନ୍ତି । ଓଲୀ ମୁଖ୍ୟ ବିରୋଧୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡଙ୍କୁ ଘରେ ଭେଟିଛନ୍ତି ।

କୋଭିଡ-୧୯କୁ କାବୁ କରିବାରେ ବିଫଳତା ଏବଂ ଭାରତ ଉପରେ ସରକାର ଭାଙ୍ଗିବା ପାଇଁ ଉଦ୍ୟମ କରାଯାଉଛି ଅଭିଯୋଗକୁ ସ୍ଥାନୀୟ ନେତା ମାନେ ବିରୋଧ କରିଛନ୍ତି । ପ୍ରଚଣ୍ଡଙ୍କ ବଦଳରେ ଅନ୍ୟ ସିନିୟର ନେତା ବାମଦେବ ଗୌତମଙ୍କୁ ଓଲୀ ହାତେଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି ।

Comments are closed.