Latest Odisha News

ଭାରତରୁ ୨୦ହଜାର ମେଟ୍ରିକ ଟନ ଚିନି ଆମଦାନୀ କରିବ ପଡ଼ୋଶୀ

ନୂଆଦିଲ୍ଲୀ: ଆସୁଛି ପାର୍ବଣ ଋତୁ। ଏଥିଲାଗି ସରକାର ଅନେକ ଦିଗରେ ପ୍ରସ୍ତୁତ ହେଉଛନ୍ତି। ପାର୍ବଣ ପୂର୍ବରୁ ଘରୋଇ ଚାହିଦା ପୂରଣ କରିବା ପାଇଁ ନେପାଳ ସରକାର ଭାରତରୁ ୨୦ହଜାର ମେଟ୍ରିକ ଟନ ଚିନି ଆମଦାନୀ କରିବାକୁ ଯାଉଛନ୍ତି। ଶିଳ୍ପ, ବାଣିଜ୍ୟ ଏବଂ ଯୋଗାଣ ମନ୍ତ୍ରଣାଳୟ ସ୍ଥାନୀୟ ଚାହିଦା ପୂରଣ ପାଇଁ ୬୦ହଜାର ମେଟ୍ରିକ ଟନ ଚିନି ଉପରେ ସୀମା ଶୁଳ୍କରେ ଛାଡ ପାଇଁ ଅନୁରୋଧ କରିଛି। ତେବେ କେବଳ ୨୦ହଜାର ମେଟ୍ରିକ ଟନ ଚିନି ଆମଦାନୀ କରିବାକୁ ଅର୍ଥ ମନ୍ତ୍ରଣାଳୟ ଅନୁମତି ଦେଇଛି।

ଅର୍ଥ ମନ୍ତ୍ରଣାଳୟର ମୁଖପାତ୍ର ଧନୀରାମ ଶର୍ମା କହିଛନ୍ତି ଯେ କଷ୍ଟମ ଡ୍ୟୁଟିରେ ମନ୍ତ୍ରଣାଳୟ ୫୦ ପ୍ରତିଶତ ରିହାତି ଦେଇଛି। ୫୦ ହଜାର ମେଟ୍ରିକ ଟନ ଚିନି ଆମଦାନୀ କରିବାକୁ ସରକାରଙ୍କଠାରୁ ଅନୁମତି ନିଆଯାଇଛି। ନେପାଳରେ ଚିନିର ଘରୋଇ ଚାହିଦା ୩ଲକ୍ଷ ମେଟ୍ରିକ ଟନ। ତେଣୁ ସେ ଭାରତରୁ ବିପୁଳ ପରିମାଣର ଚିନି ଆମଦାନୀ କରିବାକୁ ଚାହୁଁଛି। ନେପାଳରେ ବର୍ତ୍ତମାନ ୧୨ଟି ଚିନି କାରଖାନା ଅଛି। ଯାହା ପ୍ରାୟ ୧ଲକ୍ଷ ମେଟ୍ରିକ ଟନ ଚିନି ଉତ୍ପାଦନ କରିଥାଏ। ଆଗାମୀ ପାର୍ବଣ ଋତୁ ପାଇଁ ୧୦-୧୦ ହଜାର ମାଟ୍ରିକ ଟନ ଚିନି ଉତ୍ପାଦନ କରିଥାଏ।

ଏକ ରିପୋର୍ଟ ଅନୁଯାୟୀ, ନେପାଳ ଭାରତରୁ ଅତି କମରେ ୭୦ ପ୍ରତିଶତ ଚିନି ଆମଦାନୀ କରିଥାଏ। ଏଥି ସହିତ, କଷ୍ଟମ ଡ୍ୟୁଟି ନଦେଇ ବେଆଇନ ଉପାୟରେ ହଜାର ହଜାର ଟନ୍ ଚିନି ଅଣାଯାଏ। କାଠମାଣ୍ଡୁର କଳା ବଜାରରେ ଚିନି କିଲୋଗ୍ରାମ ପ୍ରତି ୧୦୦ ରୁ ୧୨୫ ଟଙ୍କା ନେପାଳୀ ମୂଲ୍ୟରେ ଉପଲବ୍ଧ ଥିବାବେଳେ ଭାରତରେ ଏହାର ମୂଲ୍ୟ ୪୦-୫୦ ଟଙ୍କା ରହିଛି।

Comments are closed.