Latest Odisha News

BREAKING NEWS

୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ: ୮ରନରେ ଅଲଆଉଟ ହେଲା ନେପାଳ

ଜାକର୍ତା: ମାଲେସିଆରେ ଚାଲିଥିବା ୧୯ ବର୍ଷରୁ କମ ମହିଳା ଟି୨୦ ବିଶ୍ୱକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ନେପାଳ ଏକ ଅଲୋଡା ରେକର୍ଡ କରିଛି । ୟୁଏଇ ବିପକ୍ଷରେ ଦଳ ୮.୧ ଓଭରରେ ମାତ୍ର ୮ରନ କରି ଅଲଆଉଟ ହୋଇ ଯାଇଥିଲା । ଜବାବରେ ମାତ୍ର ୭ଟି ବଲ ଖେଳି ୟୁଏଇ ବିଜୟ ହାସଲ କରିଥିଲା । ୟୁଏଇର ମାହିକା ଗୌର ସର୍ବାଧିକ ୫ ୱିକେଟ ଅକ୍ତିଆର କରିଥିଲେ । ୟୁଏଇର ସତୀଶ ଦଳ ପକ୍ଷରୁ ସର୍ବାଧିକ ୪ ରନ କରିଥିଲେ । ୬ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିପାରି ନ ଥିଲେ । ସମ୍ପୂର୍ଣ୍ଣ ମ୍ୟାଚ ମାତ୍ର ୯.୨ ଓଭରରେ ଶେଷ ହୋଇ ଯାଇଥିଲା ।

ପୂର୍ବରୁ କ୍ୟୁବୁକା ମହିଳା ଟି୨୦ରେ ମାଳି ଟିମ ମାତ୍ର ୬ରନ କରି ଅଲଆଉଟ ହୋଇ ଯାଇଥଲା । ୫ରନ ଅତିରିକ୍ତ ଏବଂ ୧ ରନ ବ୍ୟାଟରୁ ବାହାରିଥିଲା । ସେହିପରି ୨୦୧୯ରେ ଦକ୍ଷିଣ ଏସୀୟ ଗେମ୍ସରେ ବାଂଲାଦେଶ ୬ ରନରେ ମାଲଡିଭସକୁ ଅଲଆଉଟ କରାଇଥିଲା । ଏହା ମହିଳା ଟି୨୦ର ସର୍ବନିମ୍ନ ସ୍କୋର । ୨୦୧୯ ଡିସେମ୍ବର ୫ରେ ଏହି ମ୍ୟାଚ ଖେଳା ଯାଇଥିଲା ।

Leave A Reply

Your email address will not be published.