ଭୁବନେଶ୍ୱର : ଆସନ୍ତାକାଲି ଗଡିବ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ । ସେହିଭଳି ଆଜି ନେତ ଉତ୍ସବରେ ଚଳଚଞ୍ଚଳ ହୋଇପଡିଛି ଏକାମ୍ର କ୍ଷେତ୍ର ।
ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ଏକାମ୍ର କ୍ଷେତ୍ର । ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ଆଜି ନେତ ଉତ୍ସବ । ମହାପ୍ରଭୁଙ୍କ ସନ୍ଧ୍ୟା ଆଳତୀ ନୀତି ପରେ ରାତିରେ ଶୁଭ ମୁହୂର୍ତ୍ତରେ ରଥ ପ୍ରତିଷ୍ଠା ନୀତି ଅନୁଷ୍ଠିତ ହେବ । ଏହି ନୀତି ପାଇଁ ସନ୍ଧ୍ୟା ଧୂପ ପରେ ମୁକ୍ତେଶ୍ୱର ମନ୍ଦିର ସ୍ଥିତ ମରିଚିକୁଣ୍ଡରୁ ପାଣି ଅଣାଯାଇ ରଥଖଳା ଠାରେ ଥିବା ମୁକ୍ତି ମଣ୍ଡପରେ ରଖାଯିବ ।
ବୃଷଭଙ୍କୁ ମନ୍ଦିରରୁ ଏହି ମଣ୍ଡପକୁ ବିଜେ କରାଯିବା ପରେ ଚାରି ଦୁଆର ବ୍ରହ୍ମ ପୂଜା କରି ରଥ ପ୍ରତିଷ୍ଠା କରାଯିବ । ଜିଲ୍ଲା ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ସମନ୍ୱୟ ରଖି ସମସ୍ତ ନୀତିକୁ ନିର୍ଘଂଟ ସମୟ ଭିତରେ ସାରିବାକୁ ।
ଆସନ୍ତାକାଲି ଓ ୧୩ ତାରିଖ ଦିନ ମାଉସୀ ମା’ ଛକଠାରୁ ରଥ ରୋଡ ପର୍ଯ୍ୟନ୍ତ କଟକଣା ଲାଗୁ କରିଛି । ଏହି ୨ ଦିନ ସବୁ ଗାଡ଼ି ମାଉସୀ ମା’ ଛକଠାରୁ ମ୍ୟୁଜିୟମ୍ ଛକ ଆଡ଼କୁ ନଚେତ୍ ବିବେକାନନ୍ଦ ରାସ୍ତାରେ ଯାତାୟାତ କରିବ।
ରଥରୋଡ୍ରେ ଥିବା ବାରିକ ସାହି, ମହାରଣା ସାହି, ଗୋସାଗରେଶ୍ବର ଛକ, ଶୀତଳଷଷ୍ଠୀ ଛକ, ତିନିମୁଣ୍ଡିଆ ଛକ, ହରଚଣ୍ଡୀ ଗଳି, ମୁନା ମେଡିକାଲ ଗଳି, ପୁନାମା ଗେଟ୍ ଗଳି ସମେତ ରଥ ରୋଡ୍କୁ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ଗାଡ଼ି ଚଳାଚଳ ଉପରେ କଟକଣା ଲଗାଯାଇଛି ।
BREAKING NEWS
- ଏଏମ୍/ଏନ୍ଏସ୍ ଇଣ୍ଡିଆ ଏନଇସିଏ ୨୦୨୫ର ଶ୍ରେଷ୍ଠ ନବସୃଜନ ପୁରସ୍କାରରେ ସମ୍ମାନିତ
- ବାରମ୍ୱାର ଆସୁଛି କି Silent Calls? ଜାଣନ୍ତୁ ଏହା କ’ଣ… ନହେଲେ ଫସିଯିବେ
- ମୋବାଇଲ ୟୁଜର୍ସଙ୍କୁ ଝଟ୍କା ! କିଛି ଦିନ ଭରତେ ବଢ଼ିିଯିବ ରିଚାର୍ଜ ପ୍ଲାନ
- ଭାରତୀୟ ବିମାନ ଉପରେ କଟକଣା ବଢ଼ାଇଲା ପାକିସ୍ତାନ…
- ମୃତଦେହକୁ ସୁପ କରି ପିଅନ୍ତି ଏହି ଜନଜାତିର ଲୋକ, ପରମ୍ପରା ଜାଣି ଚମକି ଉଠିବେ
- ତିନି ଲକ୍ଷ ଟଙ୍କାର ରୂପା ୨୦୫୦ ବେଳକୁ କେତେ ହୋଇଯାଇଥିବ ? ଶୁଣିଲେ ଆପଣ ଆଜିଁ ହଁ ନିବେଶ କରିବା ଆରମ୍ଭ କରିବେ !
- ପ୍ରବଳ ଝଡ଼ରେ ଭାଙ୍ଗିଲା ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’
- ମୟୂରଭଞ୍ଜ ଏବଂ ବରଗଡ଼ ରୋଡ୍-ନୂଆପଡ଼ା ରୋଡ୍ ରେଳ ଭିତ୍ତିଭୂମି ବିକାଶ ସମ୍ପର୍କରେ ଏହି ସୂଚନା ଦେଲେ ରେଳ ମନ୍ତ୍ରୀ…
- ଭୁବନେଶ୍ୱରରେ ହେବ ଆଞ୍ଚଳିକ ଏଆଇ ପ୍ରଭାବ ସମ୍ମିଳନୀ
- India summons Bangladesh High Commissioner: ଭାରତକୁ ଧମକ…ବାଂଲାଦେଶ ହାଇକମିଶନରଙ୍କୁ ସମନ କଲା ଭାରତ
Comments are closed.