Latest Odisha News

BREAKING NEWS

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ, ୧୫ଜଣ ଶିଳ୍ପୀଙ୍କ ଦ୍ୱାରା ଭାସ୍କର୍ଯ୍ୟ କଳା ପ୍ରଦର୍ଶନୀ

କଟକ: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ । ଚଳଚଞ୍ଚଳ ହୋଇପଡ଼ିଛି କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନେତାଜୀଙ୍କ ସ୍ମୃତି ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ରଖାଯାଇଛି । କରୋନା ପାଇଁ ଫିକା ପଡ଼ିଥିଲେ ମଧ୍ୟ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପାଇଁ ପ୍ରସ୍ତୁତି ହୋଇଛି । ଓଡ଼ିଶାର ଲଳିତ କଳା ଏକାଡ଼େମୀ ପକ୍ଷରୁ ୧୫ଜଣ ଶିଳ୍ପୀଙ୍କୁ ନେଇ ପ୍ରଦର୍ଶିତ ହେଉଛି ଭାସ୍କର୍ଯ୍ୟ କଳା ପ୍ରଦର୍ଶନୀ ।

ଏଥିରେ ନେତାଜୀଙ୍କ ଜୀବନକୁ ଖୁବ୍ ସୁନ୍ଦରଭାବେ ପ୍ରତିଫଳିତ କରାଯାଇଛି । କିଏ ନେତାଜୀଙ୍କ ବିଦେଶ ଗସ୍ତକୁ କିଏ ସ୍ୱାଧୀନତା ସଂଗ୍ରାମକୁ କଳା ମାଧ୍ୟମରେ ପ୍ରଦର୍ଶିତ କରିଛନ୍ତି । ଆଲୋକମାଳାରେ ଝଲସୁଛି କଟକ ଓଡ଼ିଆ ବଜାରସ୍ଥିତ ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ । ଏହି ଭାସ୍କର୍ଯ୍ୟ କଳା ପ୍ରଦର୍ଶନୀ ଦର୍ଶକଙ୍କୁ ଆକୃଷ୍ଟ କରିବ ବୋଲି ଆୟୋଜକ ଓ ଶିଳ୍ପୀ ଆଶା ରଖିଛନ୍ତି । ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅତିଥିଭାବେ ଯୋଗଦେବେ ବୋଲି ସୂଚନା ରହିଛି ।

Comments are closed.