Latest Odisha News

BREAKING NEWS

ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି; ଏଭଳି କାହିଁକି କହିଥିଲେ ସୁଭାଷ ଚନ୍ଦ୍ର ବୋଷ

ଭୁବନେଶ୍ୱର: ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ମଧ୍ୟରେ ଅଗ୍ରଣୀ ତଥା ଓଡିଶାର ବୀରପୁତ୍ର ସୁଭାଷ ଚନ୍ଦ୍ର ବୋଷଙ୍କୁ କିଏବା ନଜାଣେ । ତାଙ୍କର ବଳିଷ୍ଠ ନେତୃତ୍ୱ ଲାଗି ସେ ଦେଶ ତଥା ଦେଶ ବାହାରେ ଖୁବ୍ ପରିଚିତ ।

୧୮୯୭ ମସିହା ଜାନୁଆରୀ ୨୩ ତାରିଖରେ କଟକ ଜିଲ୍ଲା ଓଡିଆ ବଜାର ଠାରେ ତାଙ୍କର ଜନ୍ମ ହୋଇଥିଲା । ପିତା ଜାନକୀ ନାଥ ବୋଷ ଓ ମାତା ପ୍ରଭାବତୀ ଦେବୀଙ୍କ ଠାରୁ ଏହି ଦିନରେ ଜନ୍ମଗ୍ରହଣ କରିଥିଲେ ସୁଭାଷ । ତାଙ୍କ ପିତା ବତ୍ତିରେ ଜଣେ ଆଇନଜୀବୀ ହୋଇଥିବା ବେଳେ ସେ ୧୪ ଜଣ ଭାଇ ଭଉଣୀଙ୍କ ମଧ୍ୟ ନବମରେ ଥିଲେ ।

ପରେ ପିତାଙ୍କ ବାଧ୍ୟବାଧ୍ୟକତାରେ ସେ ବିଲାତ ଯାଇ ୧୯୨୧ ମସିହାରେ ଆଇ.ସି.ଏସ ପରୀକ୍ଷାରେ ୪ର୍ଥ ସ୍ଥାନରେ ରହି ଉତ୍ତୀର୍ଣ୍ଣ ହୋଇଥିଲେ । ପରବର୍ତ୍ତୀ ସମୟରେ ୧୯୨୧ ମସିହାରେ ଭାରତରେ ଘଟିଥିବା ଜାଲିୱାନାବାଗ ହତ୍ୟାକାଣ୍ଡ ଫଳରେ ସୁଭାଷ ଅଧାରୁ ଆଇ.ସି.ଏସ୍ ପ୍ରଶିକ୍ଷଣ ଛାଡି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ ।

ଭାରତ ଆସି ଦେଶବନ୍ଧୁ ଚିତ୍ତରଞ୍ଜନ ଦାସଙ୍କ ସମ୍ପର୍କରେ ଆସିବା ପରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେଇ ୧୯୨୩ରେ ବଙ୍ଗଳା ପ୍ରାଦେଶିକ କଂଗ୍ରେସର କମିଟିର ସମ୍ପାଦକ ହୋଇଥିଲେ । ପରେ ୧୯୨୪ ମସିହାରେ କଲିକତା ମହାନଗରୀର ମେୟର ହୋଇଥିଲେ । ୧୯୩୦ ମସିହା ଆଇନ ଅମାନ୍ୟ ଆନ୍ଦୋଳନ ବେଳେ ନେତାଜୀଙ୍କ ଗିରଫ କରାଯାଇଥିବା ବେଳେ ପରେ ୧୯୩୧ । ମସିହାରେ ଗାନ୍ଧୀ-ଇରୱିନ୍ ଚୁକ୍ତି ପରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା ।

ଅହିଂସା ନୀତିରେ ବିଶ୍ୱାସ କରୁଥିବା ନେତାଜୀ ଭାରତକୁ ଇଂରେଜ କବଳରୁ ମୁକ୍ତ କରିବା ଲାଗି ଜର୍ମାନୀର ନାଜି ଶାସକ ହିଟଲରଙ୍କୁ ସାହାର୍ଯ୍ୟ ମାଗିଥିଲେ । ବର୍ଲିନ ଠାରେ ଏକ ମୁକ୍ତ ଭାରତ କେନ୍ଦ୍ର ଉନ୍ମୋଚନ କରିବା ସହିତ ଜର୍ମାନୀ ମାଟିରେ ଫ୍ରି ଇଣ୍ଡିଆ ଆର୍ମି ମଧ୍ୟ ଗଠନ କରିଥିଲେ । ସେହି ସମୟରେ ସୁଦୂର ବର୍ଲିନରୁ ଆଜାନ୍ଦ ହିନ୍ଦ ରେଡିଓ ମାଧ୍ୟମରେ ଭାରତବାସୀଙ୍କୁ ଏକ ଆହ୍ୱାନ ହେଇଥିଲେ ।

“ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି” ଏହି ଉକ୍ତିଟିକୁ କହି ନେତାଜୀ ଇଂରେଜମାନଙ୍କ ବିରୋଧରେ ଭାରତବାସୀଙ୍କୁ ଏକଜୁଟ କରିପାରିଥିଲେ ।

ଉଲ୍ଲେଖଯୋଗ୍ୟ, ସୁଭାଷ ବୋଷ ତଥା ନେତାଜୀ ସୁଭାଷ ବୋଷ ଭାବରେ ସେ ଖୁବ୍ ପରିଚିତ ମହାନାୟକଙ୍କ ଆଜିକୁ ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଏବେବି ରହସ୍ୟ ଘେରରେ ରହିଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ ।

Leave A Reply

Your email address will not be published.