Latest Odisha News

BREAKING NEWS

ଏବେ ଗୋଟିଏ କ୍ଲିକରେ ଡାଉନଲୋଡ ହେବ ନେଟଫ୍ଲିକ୍ସର ପୂରା ସିଜିନ

ନୂଆଦିଲ୍ଲୀ: ନେଟଫ୍ଲିକ୍ସ ବ୍ୟବହାରକାରୀଙ୍କ ପାଇଁ ଏକ ସାନଦାର ଅପଡେଟ୍ ଆସିଛି । ଏବେ ପୂରା ସିଜନ କେବଳ ଗୋଟିଏ ଟ୍ୟାପରେ ଡାଉନଲୋଡ୍ କରାଯାଇପାରିବ । ପୂର୍ବରୁ ଏହି ଫିଚର କେବଳ ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ଥିଲା, କିନ୍ତୁ ବର୍ତ୍ତମାନ ଆଇଓଏସ୍ ୟୁଜରମାନେ ମଧ୍ୟ ଏହାର ଲାଭ ପାଇବେ ।

ଏଣିକି ଗୋଟିଏ କ୍ଲିକ୍‌ରେ ନିଜ ଆଇଫୋନ ଓ ଆଇପ୍ୟାଡ୍‌ରେ କୌଣସି ସିଜିନର ସମସ୍ତ ଏପିସୋଡକୁ ଡାଉନଲୋଡ କରିପାରିବେ । ଏ ସମ୍ପର୍କରେ ନେଟଫ୍ଲିକ୍ସ ଏକ ବ୍ଲଗ୍‌ ପୋଷ୍ଟରେ ସୂଚନା ଦେଇଛି । ସେୟାର ବଟନ୍‌ ପାଖରେ ଥିବା ଡାଉନଲୋଡ ବଟନ୍‌କୁ ବ୍ୟବହାର ଦ୍ବାରା ଏହା ସମ୍ଭବ ହେବ ।

ଷ୍ଟେପ ବାଏ ଷ୍ଟେପ ପ୍ରକ୍ରିୟା ଜାଣିବା କିପରି ଆଇଫୋନ ଓ ଆଇପ୍ୟାଡ୍‌ ୟୁଜର କେମିତି ଡାଉନଲୋଡ କରିବେ ..

ପ୍ରଥମେ ନିଜ ଆଇଫୋନ ଓ ଆଇପ୍ୟାଡ୍‌ରେ ନେଟଫ୍ଲିକ୍ସ ଆପ୍‌ର ଲାଟେଷ୍ଟ ଭର୍ସନକୁ ଡାଉନଲୋଡ୍‌ କରନ୍ତୁ । ଏହାପରେ ନେଟଫ୍ଲିକ୍ସ ଆପ୍‌କୁ ଖୋଲନ୍ତୁ । ଡାଉନଲୋଡ କରିବାକୁ ଚାହୁଁଥିବା ଟିଭି ଶୋ’କୁ ସର୍ଚ୍ଚ କରନ୍ତୁ । ଉକ୍ତ ଶୋ’ର ଯେଉଁ ସିଜିନକୁ ଆପଣ ଡାଉନଲୋଡ କରିବାକୁ ଚାହୁଁଛନ୍ତି ତାହାକୁ ଚୟନ କରନ୍ତୁ । ଉକ୍ତ ଶୋ’ର ସିଜିନ ଟ୍ରେଲରର Play ବଟନ୍‌ ତଳେ ଥିବା ଡାଉନଲୋଡ ବଟନ୍‌କୁ କ୍ଲିକ୍‌ କରି ପୂରା ସିଜିନକୁ ଡାଉନଲୋଡ କରିପାରିବେ । ନଚେତ୍ ସେୟାର ଓ ରେଟ୍‌ ଅପସନ ପରେ ଥିବା ‘Download Season’ ଉପରେ କ୍ଲିକ କରନ୍ତୁ ।

Comments are closed.