Latest Odisha News

ଓମିକ୍ରନ ଭୟ, ନେଦରଲ୍ୟାଣ୍ଡରେ ଖ୍ରୀଷ୍ଟମାସ ଲକଡ଼ାଉନ୍

ଦି ହେଗ୍: ଓମିକ୍ରନ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି । ଏହାକୁ ନିୟନ୍ତ୍ରଣ କରିବା ଲାଗି ଶନିବାର ଦିନ ନେଦରଲ୍ୟାଣ୍ଡ ବଡ଼ଦିନ ଲକଡ଼ାଉନ୍ ଘୋଷଣା କରିଛି । ଯାହା ଆଜିଠାରୁ ଲାଗୁ ହୋଇଛି । ଏବଂ ମେଜର ଇନସିଡ଼େଣ୍ଟ ଘୋଷଣା କରିଛି ଲଣ୍ଡନ ।

ଜାନୁଆରୀ ମଧ୍ୟଭାଗରେ ୟୁରୋପରେ ଓମିକ୍ରନ ଭାରିଆଣ୍ଟ ପ୍ରାଧାନ୍ୟ ବିସ୍ତାର କରିପାରିବ ବୋଲି ୟୁଏଇ ମୁଖ୍ୟ ଉର୍ସୁଲା ଭନ୍ ଡ଼େର ଚେତାବନୀ ଦେଇଛନ୍ତି । ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ପ୍ରଥମେ ଚିହ୍ନଟ ହେବାର ସପ୍ତାହ ପରେ ଅନେକ ଦେଶରେ ଭ୍ରମଣ ପ୍ରତିବନ୍ଧକ ଓ ଅନ୍ୟାନ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି ।

ଡ଼ଚ୍ ପ୍ରଧାନମନ୍ତ୍ରୀ ମାର୍କ ରୁଟେ ଘୋଷଣା କରିଛନ୍ତି ଯେ, ସମସ୍ତ ଅନାବଶ୍ୟକ ଦୋକାନ, ସାଂସ୍କୃତିକ ଏବଂ ମନୋରଞ୍ଜନ ସ୍ଥଳୀଗୁଡ଼ିକୁ ଜାନୁଆରୀ ୧୪ପର୍ଯ୍ୟନ୍ତ ବନ୍ଦ ରହିବ । ବିଦ୍ୟାଳୟଗୁଡ଼ିକ ଅତି କମରେ ଜାନୁଆରୀ ୯ତାରିଖ ପର୍ଯ୍ୟନ୍ତ ବନ୍ଦ ହେବ । ଘରକୁ ଅତିଥିଙ୍କୁ ଆମନ୍ତ୍ରଣ କରିବା ଉପରେ ଡ଼ଚବାସୀମାନେ କଠୋର ସୀମାବଦ୍ଧତାର ସମ୍ମୁଖୀନ ହୋଇଥିଲେ । ଯଦିଓ ଅଧିକାରୀମାନେ ଖ୍ରୀଷ୍ଟମାସ ପାଇଁ ଏକ ବ୍ୟତିକ୍ରମ କରିଥିଲେ ।

ଏକ ଟେଲିଭିଜନ ଜରିଆରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରୁଟେ କହିଥିଲେ, ସ୍ୱଷ୍ଟଭାବେ କହିବାକୁ ଗଲେ ରବିବାରଠାରୁ ନେଦରଲ୍ୟାଣ୍ଡକୁ ପୁଣି ଲକଡ଼ାଉନ୍ ଫେରୁଛି ।

Comments are closed.