Latest Odisha News

BREAKING NEWS

ବନ୍ଧୁକ ଡିଲ୍ ବେଳେ ମାଡ଼ିବସିଲା ଏସଟିଏଫ୍: ୮ଟି ଦେଶୀ ବନ୍ଧୁକ ସହ ଅଭିଯୁକ୍ତ ଗିରଫ

ଅନୁଗୋଳ: ଏସଟିଏଫର ଚଢ଼ାଉ ବେଳେ ମିଳିଲା ୮ଟି ଦେଶୀ ବନ୍ଧୁକ । ୭ଟି ଗୁଳି । ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କେରଜାଙ୍ଗ ଗାଁ ନିକଟରୁ ଏସବୁ ବନ୍ଧୁକ ଜବତ କରିଛି ଏସଟିଏଫ୍ । ଗିରଫ ଅଭିଯୁକ୍ତର ନାଁ ରତ୍ନାକର କାଲଟା । ଘର ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ଅନ୍ତର୍ଗତ ସରାପାଲି ଗାଁରେ ।

ବେଆଇନ୍ ବନ୍ଧୁକ ବିକ୍ରି ନେଇ ଏସଟିଏଫ ସୂଚନା ପାଇଥିଲା । ପୂର୍ବ ପ୍ରସ୍ତୁତି ଅନୁସାରେ ଅନୁଗୋଳ ଜିଲ୍ଲା କେରଜାଙ୍ଗ ନିକଟରେ ରେଡ୍ ହୋଇଥିଲା । ଯାଞ୍ଚ ବେଳେ ଅଭିଯୁକ୍ତ ରତ୍ନାକର ପାଖରୁ ମିଳିଥିଲା ୮ଟି ଦେଶୀ ବନ୍ଧୁକ ଓ ୭ଟି ଗୁଳି । ଏନେଇ ଛେଣ୍ଡିପଦା ଥାନାରେ ଏକ ମାମଲା ରୁଜୁ ହୋଇଛି ।
ଅଭିଯୁକ୍ତ ରତ୍ନାକରକୁ ଅଧିକ ପଚରାଉଚରା ଜାରି ରହିଛି । କେଉଁଠୁ ଆଣିଥିଲା ଦେଶୀ ବନ୍ଧୁକ ଓ ଗୁଳି ? କିଏ ତାକୁ ଦେଇଥିଲା ? ଏସବୁ ବନ୍ଧୁକ କେଉଁଠି ତିଆରି ହେଉଥିଲା ? କିଏ ବେଆଇନ୍ ବନ୍ଧୁକ କାରବାରର ମାଷ୍ଟର ମାଇଣ୍ଡ ? ରାଜ୍ୟ ବାହାରର ଲିଙ୍କ୍ ରହିଛି କି ? ଅଧିକ ଖୋଳତାଡ ପରେ ବହୁ ତଥ୍ୟ ସାମନାକୁ ଆସିପାରେ ।

Leave A Reply

Your email address will not be published.