Latest Odisha News

‘ଶ୍ରଦ୍ଧାଙ୍କ ହସ ଭୂତୁଣୀ ଭଳି’, କହି ସମାଲୋଚନା ହେଲେ ସ୍ତ୍ରୀ-୨ ନିର୍ଦ୍ଦେଶକ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୂରଙ୍କ ଅନ୍ୟ ଏକ ଫ୍ୟାନବେସ୍ ରହିଛି । ନେପୋ କିଡ୍ ହୋଇ ମଧ୍ୟ, ଅନ୍ୟମାନଙ୍କ ଠାରୁ ଅଧିକ ପ୍ରଶଂସିତ ହୋଇଥାନ୍ତି ଶ୍ରଦ୍ଧା । ତାଙ୍କର ବହୁ ଚର୍ଚ୍ଚିତ ସିନେମା ସ୍ତ୍ରୀର ଦୁଇଟି ଭାଗ ରିଲିଜ୍ ହୋଇଥିବା ବେଳେ, ଦୁଇଟିକୁ ଭରି ଭରି ଭଲ ପାଇବା ଦେଇଛନ୍ତି ଦର୍ଶକ । ହେଲେ ଏହାରି ଭିତରେ ସ୍ତ୍ରୀ-୨ର ନିର୍ଦ୍ଦେଶକ ଅମର କୌଶିକ କାହିଁକି ଶ୍ରଦ୍ଧାଙ୍କୁ ସିନେମାରେ ମୁଖ୍ୟ ଚରିତ୍ର ଭାବେ ଉପଯୁକ୍ତ ଭାବିଥିଲେ, ସେନେଇ ମତ ରଖିଥିଲେ, ହେଲେ ତାଙ୍କର ଏହି ମତର ଭିଡିଓ ଭାଇରାଲ ହେବା ପରେ ଏବେ ସମାଲୋଚନାର ଶିକାର ହେଉଛନ୍ତି କୌଶିକ୍ ।

ତେବେ ଏକ ସାକ୍ଷାତକାରରେ, ଶ୍ରଦ୍ଧାଙ୍କ କାଷ୍ଟିଂ ବିଷୟରେ କଥା ହେବା ସମୟରେ, କୌଶିକ ଅଭିନେତ୍ରୀଙ୍କୁ କିପରି କାଷ୍ଟରେ ଯୋଡାଯାଇଥିଲା, ସେନେଇ କହିଥିଲେ । ସେ କହିଥିଲେ, ଏହାର ସମ୍ପୂର୍ଣ୍ଣ ଶ୍ରେୟ ଦିନେଶ ବିଜାନଙ୍କୁ ଯାଏ ଯିଏ ଅଭିନେତ୍ରୀଙ୍କ ହସକୁ ଚିହ୍ନି ଥିଲେ । ସେ ମୋତେ କହିଥିଲେ, ସେ ସ୍ତ୍ରୀ ପରି ହସୁଛନ୍ତି । ଏକଦମ୍ ଗୋଟିଏ ଚୁଡେଲ୍ ପରି ହସନ୍ତି ବୋଲି ସେ କହିଥିଲେ । ଏହା ପରେ କୌଶିକ୍ ସରି ଶ୍ରାଦ୍ଧ କହି କହିଥିଲେ, ମୋର ଠିକ୍ ସେ ମନେ ନାହିଁ, ଯେ ସେ ଚୁଡେଲ କହିଥିଲେ କି ଅନ୍ୟକିଛି, କିନ୍ତୁ ସେ ,ପରି କିଛି କହିଥିଲେ । ଆଉ ମୁଁ ଯେତେବେଳେ ଶ୍ରଦ୍ଧାକୁ ଭେଟିଲି, ମୁଁ ପ୍ରଥମେ ତାଙ୍କୁ ହସିବାକୁ କହିଥିଲି ।

ଯାହାକୁ ନେଇ ଏବେ ସମୋଲୋଚନାର ଶିକାର ହୋଇଛନ୍ତି କୌଶିକ୍ । ଫ୍ୟାନ୍ସ, କୌଶିକଙ୍କ ପାଇଁ ଏହା ଫନି ହୋଇଥାଇପାରେ, ହେଲେ ଏହା ବାସ୍ତବରେ ଲଜ୍ଜାଜନକ ବୋଲି ସମ୍ବୋଧନ କରିଛନ୍ତି ।  କେହି କେହି ଏମାନେ କେବଳ ଖାଲି ଶ୍ରଦ୍ଧାଙ୍କୁ ବ୍ୟବହାର କରୁଛନ୍ତି ବୋଲି ଲେଖିଥିଲେ । ଆଉ କେହି କେହି, ଶ୍ରଦ୍ଧା ,ଏମାନଙ୍କ ପାଇଁ ଅଧିକ ଭଲ ହୋଇଯାଇଛନ୍ତି ବୋଲି ଲେଖିଛନ୍ତି ।

ଦିନେଶ ବିଜାନଙ୍କ ହରର-କମେଡି ଜଗତ ୨୦୧୮ରେ ମୁକ୍ତିଲାଭ କରିଥିବା ସ୍ତ୍ରୀ ସହିତ ଆରମ୍ଭ ହୋଇଥିଲା । ଯେଉଁଥିରେ ଶ୍ରଦ୍ଧା କପୂର ନାୟିକା ଭାବରେ ଅଭିନୟ କରିଥିଲେ । ଏହାପରେ ସେ ଭେଡିଆରେ ଏକ ଗୀତରେ ଏକ କ୍ୟାମିଓ କରିଥିଲେ । ପରେ ଗତ ବର୍ଷ ମୁକ୍ତିଲାଭ କରିଥିବା ସ୍ତ୍ରୀ ୨ରେ ନଜର ଆସିଥିଲେ । ଯାହା ୫୯୭ କୋଟିର ବିଜନେସ୍ କରିବା ସହ ବକ୍ସ ଅଫିସରେ ବ୍ଲକବଷ୍ଟର ହୋଇଥିଲା ।

Comments are closed.