Latest Odisha News

BREAKING NEWS

ଅଭିନେତାଙ୍କ କଳିରେ ନେତାଙ୍କ ଏଣ୍ଟ୍ରି, ନରସିଂହ କହିଲେ ମନୋଜଙ୍କୁ ବାସନ୍ଦ କରିବା ଠିକ୍ ନୁହଁ

ବଲାଙ୍ଗୀର: ଅଭିନେତାଙ୍କ କଳିରେ ନେତାଙ୍କ ଏଣ୍ଟ୍ରି । ମନୋଜ ମିଶ୍ରଙ୍କୁ ଓଲିଉଡ ପ୍ରଯୋଜକ ସଂଘ ଦୁଇ ବର୍ଷ ବାସନ୍ଦ କରିବା ପରେ ଏବେ ପଶ୍ଟିମଓଡ଼ିଶାରେ ଏହାକୁ ବିରୋଧ କରାଯାଉଛି। ଏମିତିକି ଅନୁଭବ ମହାନ୍ତିଙ୍କ କୁଶପୁତ୍ତଳିକା ବଲାଙ୍ଗୀରରେ ଦାହ କରାଯାଇଛି। ଏପରି ସ୍ଥିତିରେ ବଲାଙ୍ଗୀର ଆଗଲପୁରଠାରେ ଆୟୋଜିତ ଏକ ସମାରୋହରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ମନୋଜଙ୍କୁ ବାସନ୍ଦ କରିବାକୁ ନିନ୍ଦା କରିଛନ୍ତି। ଏପରି ହେଲେ ଆଗାମୀ ଦିନରେ ପଶ୍ଚିମ ଓଡ଼ିଶା ଜୋରଦାର ବିରୋଧ କରିବ । ମନୋଜଙ୍କ ପାଇଁ ପଶ୍ଚିମ ଓଡ଼ିଶାବାସୀ ଏକାଠି ହେବେ ବୋଲି କହିଛନ୍ତି। ବାସନ୍ଦ ନଉଠିଲେ ଓଡ଼ିଶା ଦୁଇ ଭାଗ ହୋଇଯିବ ବୋଲି କହିଛନ୍ତି।

ବଲାଙ୍ଗୀର ବିଧାୟକ ଯେଉଁ ସମୟରେ ଏପରି ବୟାନ ଦେଇଛନ୍ତି ସେଠାରେ ମନ୍ତ୍ରୀ ରୀତା ସାହୁ ମଧ୍ୟ ଉପସ୍ଥିତ ଥିଲେ। ବଡ଼କଥା ହେଉଛି ବିବାଦ ଏବେ ଆଞ୍ଚଳିକ ବିବାଦ ଆଡକୁ ମୁହାଁଇଛି। ଅଭିନେତା ବାବୁ ସାନ ମଧ୍ୟ ଏହି ପ୍ରସଙ୍ଗରେ ମୁହଁ ଖୋଲି ମନୋଜ ମିଶ୍ରଙ୍କୁ ବ୍ୟକ୍ତିଗତ ଭାବେ କ୍ଷମା ମାଗିଛନ୍ତି। ଏବଂ ଆମ ଭିତରର କଥା ଆପୋଷ ବୁଝାମଣାରେ ସମାଧାନ ଉପରେ ଗୁୁରୁତ୍ବ ଦେଇଛନ୍ତି। ସେହିପରି ଫିଲ୍ମ ସହ ଜଡିତ ଅନ୍ୟମାନେ ମଧ୍ଯ ବିବାଦର ସମାଧାନ ଉପରେ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଅଭିନେତା ଅରିନ୍ଦମ ଏବଂ ଅନୁଭବଙ୍କ ସିନେମା ରାମକୁ ସମ୍ବଲପୁରରେ ମନୋଜ ମିଶ୍ରଙ୍କ ସମର୍ଥକ ରିଲିଜ କରାଇ ଦେଉନଥିବା ଅଭିଯୋଗ ରହିଛି। ଏହାପରେ ସିନେ ପ୍ରଯୋଜକ ସଂଘ ମନୋଜ ମିଶ୍ରଙ୍କୁ ବାସନ୍ଦ କରିଛି। କିନ୍ତୁ ମନୋଜ ମିଶ୍ର ଏହାକୁ ଖାରଜ କରିଛନ୍ତି। ରାମ ଫିଲ୍ମ ସହ ଜଡିତ ଥିବା ଜିତୁ ନାମକ ଅନ୍ୟତମ ବ୍ୟକ୍ତି ଓ ମନୋଜଙ୍କ ବିବାଦ କାରଣରୁ ରାମ ଫିଲ୍ମ ସମ୍ବଲପୁରରେ ରିଲିଜ ହୋଇପାରୁନଥିବା ଅଭିଯୋଗ ରହିଛି।

ବଡ଼ କଥା ହେଉଛି ବିଭିନ୍ନ ସମୟରେ କୋଶଳ ରାଜ୍ୟ ଦାବି ସହିତ ପଶ୍ଚିମ ଓଡ଼ିଶାକୁ ଉପେକ୍ଷା କରାଯାଉଥିବା କହି ନାନ ଅଭିଯୋଗ ଉଠେ। ଏପରି ସ୍ଥିତିରେ ସିନେମାକୁ ନେଇ ଯେଉଁ ବିବାଦ ଏବେ ତେଜିଛି ତାହା ଆଗାମୀ ଦିନରେ ଯେତେବେଳେ ନିର୍ବାଚନ ଆସୁଛି ତାହା ସ୍ଥିତିକୁ ବଦଳାଇ ଦେଇପାରେ ଯଦି ବିବାଦର ସମାଧାନ ନହୁଏ।

Comments are closed.