Latest Odisha News

BREAKING NEWS

ଭାଇରାଲ ଭିଡିଓ: ସିଙ୍ଗଡାରେ ନାହିଁ ଆଳୁ, ଭାଇରାଲ ହେଇଛି ଭେଣ୍ଡି ସିଙ୍ଗଡା

ନୂଆଦିଲ୍ଲୀ: ଆଜିକାଲିର ଟ୍ରେଣ୍ଡିଙ୍ଗ ଅନୁସାରେ ଲୋକମାନଙ୍କର ରୁଚି ମଧ୍ୟ ବଦଳିବାରେ ଲାଗିଛି । ବଡବଡ ରେଷ୍ଟୁରାଣ୍ଟ ଛାଡି ଲୋକେ ଆଜିକାଲି ରାସ୍ତା କଡରେ ଥିବା ଛୋଟ ଛୋଟ ଠେଲା ଦୋକାନରୁ ଖାଇବାକୁ ପସନ୍ଦ କରୁଛନ୍ତି । ସ୍ଵାଦରେ ଯେମିତୋ ବଜେଟରେ ବି ସେମିତି । ତେବେ ସିଙ୍ଗଡା ପ୍ରାୟ ସମସ୍ତଙ୍କର ଏକ ପ୍ରିୟ ଖାଦ୍ୟ । ଲୋକେ ସିଙ୍ଗଡା ଭିତରେ ସାଧାରଣତଃ ଆଳୁଥିବା ପୁର ଦେଖିବାକୁ ପାଇଥାଆନ୍ତି । କେଉଁ ସିଙ୍ଗଡାରେ ଆଳୁକୁ ଚକଡି ତାର ପାଗଯୋଗ କରି ପୁର ଦିଆଯାଏ ତ କେଉଁ ସିଙ୍ଗଡାରେ ଆଳୁ, ପିଆଜ, ବିଟ, ବାଦାମ, ମଟର ଆଦି କିଛି ଜିନିଷକୁ ଛୋଟ ଛୋଟ କାଟି ପୁର ଦିଆଯାଏ । ତେବେ କଣ ଆପଣ କେବେ ଭେଣ୍ଡି ପୁର ଦିଆ ସିଙ୍ଗଡା ଦେଖିଛନ୍ତି କି? ବେଳେ ବେଳେ ଏପରି ଅଜବ ପ୍ରକାର ଖାଦ୍ୟ ଦେଖି କିଏ କିଏ ଖୁସି ହୋଇଯାଆନ୍ତି ତ କିଏ କିଏ ଏହାକୁ ଟ୍ରୋଲ କରିବା ଆରମ୍ଭ କରିଦିଅନ୍ତି ।

ନିକଟରେ ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ଦୋକାନୀ ଭେଣ୍ଡି ସିଙ୍ଗଡା ବିକ୍ରି କରୁଥିବା ଦେଖିବାକୁ ମିଳିଛି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଦୋକାନୀ ନିଜେ ସିଙ୍ଗଡାକୁ ଭାଙ୍ଗି ତା’ ଭିତରେ ଥିବା ପୁରକୁ ଦେଖାଉଛି । ଆଳୁ ବଦଳରେ ସେଥିରେ ଭେଣ୍ଡି ପୁର ଦିଆଯାଇଥିବା ଦେଖିବାକୁ ମିଳୁଛି । ଗୋଟେ ଥାଳିରେ ଭେଣ୍ଡି ପୁର ଦିଆ ସିଙ୍ଗଡାକୁ ଭାଙ୍ଗି ତା ଉପରେ ଛୋଲେ ଏବଂ ଧନିଆଁ ଚଟଣୀ ପକାଇଛନ୍ତି । ଶେଷରେ ପିଆଜ, ଧନିଆଁ ଏବଂ କଞ୍ଚା ଲଙ୍କା ପକାଇ ଖାଇବାକୁ ଦେଉଥିବା ଦେଖିବାକୁ ମିଳିଛି । ଗୋଟେ ପ୍ଲେଟକୁ ୩୦ଟଙ୍କା ମୁଲ୍ୟରେ ବିକ୍ରି କରାଯାଉଛି ।

ଭେଣ୍ଡି ସିଙ୍ଗଡାର ଏହି ଭିଡିଓ ଦେଖି ୟୁଜର୍ସମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କିଏ ଏହାକୁ ଏକ ଭିନ୍ନ ଢଙ୍ଗର ସିଙ୍ଗଡା କହୁଛି ତ କିଏ ଏହାକୁ ଟ୍ରୋଲ କରୁଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଏଯାବତ୍ ୪ହଜାରରୁ ଅଧିକ ଲୋକ ଦେଖିସାରିଲେଣି ।

 

Comments are closed.