Latest Odisha News

BREAKING NEWS

ବିଶ୍ୱକପ ଫାଇନାଲରେ ଧୀମା ପିଚ କରିବା ଭାରତ ପାଇଁ ସାବ୍ୟସ୍ତ ହୋଇଥିଲା ମହଙ୍ଗା

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ମହମ୍ମଦ କୈଫ ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତ ହାରିବା ସମ୍ପର୍କରେ ମତ ରଖିଛନ୍ତି । ସେ କହିଛନ୍ତି ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ଭାରତ ଉଦ୍ଦେଶ୍ୟମୂଳକ ଭାବେ ଧୀମା ପିଚ ପ୍ରସ୍ତୁତ କରିବା ବୁମେରାଂ ସାବ୍ୟସ୍ତ ହୋଇଥିଲା । ନିଜ ଜାଲରେ ଟିମ ଇଣ୍ଡିଆ ଫସି ଯାଇଥିଲା । ପ୍ୟାଟ କମିନ୍ସ ପ୍ରଥମ ମ୍ୟାଚ ଭୁଲରୁ ନୀତିଶିକ୍ଷା ହାସଲ କରି ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲେ । ଧୀମା ପିଚ ଯୋଗୁ ଭାରତ ୨୪୦ ରନର ଆଭରେଜ ସ୍କୋର କରିଥିଲା । ଯାହାକୁ ଅଷ୍ଟ୍ରେଲିଆ ୪ ୱିକେଟ ହରାଇ ହାସଲ କରି ନେଇଥିଲା ।

ଫାଇନାଲ ପୂର୍ବରୁ କୋଚ ରାହୁଲ ଡ୍ରାଭିଡ ଓ ଅଧିନାୟକ ରୋହିତ ଶର୍ମା ପିଚକୁୂ ଅନୁଧ୍ୟାନ କରିବା ସହ କ୍ୟୁରେଟର ଉପରେ ଧୀମା କରିବା ପାଇଁ ଚାପ ପକାଇଥିଲେ । ଅବଶ୍ୟ ଏହା ସମ୍ଭବ ନୁହେଁ ବୋଲି ସମସ୍ତେ କହିଲେ ମଧ୍ୟ ଏହା ହିଁ ହୋଇଥାଏ । ଘରୋଇ ପରିବେଶରେ ଭାରତ ଆବଶ୍ୟକତାଠାରୁ ଅଧିକ ମୁଣ୍ଡ ପୂରାଇଥିଲା । ବିଶ୍ୱକପ ଫାଇନାଲ ଠିକ ପୂର୍ବରୁ ପିଚ ପରାମର୍ଶଦାତା ଆଣ୍ଡି ଆଟକସନ ଇସ୍ତଫା ଦେଇଥିଲେ । ତାହା ମଧ୍ୟ ସମସ୍ତଙ୍କୁ ଚକିତ କରିଥିଲା । ପରେ ଆଇସିସି ମଧ୍ୟ ପିଚକୁ ଆଭରେଜସ୍ତରର ବୋଲି କହିଥିଲା ।

Leave A Reply

Your email address will not be published.