Latest Odisha News

BREAKING NEWS

ଶୀତଦିନେ ନିହାତି ଖାଆନ୍ତୁ , ଫିଟ୍ ରୁହନ୍ତୁ

ନୂଆଦିଲ୍ଲୀ : ସାଧାରଣତଃ ଶୀତଦିନେ ଆମେ ବିଭିନ୍ନ ଉପାୟରେ ଆମ ସ୍ବାସ୍ଥ୍ୟର ଯତ୍ନ ନେଇଥାଉ  । କିଏ ସକାଳୁ ଉଠି ବ୍ୟାୟାମ କରନ୍ତି ତ ଆଉ କିଏ ଖାଦ୍ୟରେ ସାମାନ୍ୟ ପରିବର୍ତ୍ତନ ଆଣନ୍ତି  । ଅର୍ଥାତ୍ ସତେଜ ପନିପରିବା କିମ୍ବା ଫଳମୂଳ ଖାଆନ୍ତି  । ତେବେ ଯଦି ନିଜ ସ୍ବାସ୍ଥ୍ୟର ଯତ୍ନ ନେବାକୁ ଚାହୁଁଛନ୍ତି  । ଯଦି ଆପଣ ଶୀତଦିନେ ସୁସ୍ଥ ରହିବାକୁ ଚାହୁଁଛନ୍ତି  । ତେବେ ଖାଦ୍ୟରେ ସାମିଲ କରନ୍ତୁ  । ଏହି ଖାଦ୍ୟ ବିଭିନ୍ନ ପ୍ରକାର ରୋଗରୁ ମୁକ୍ତି ଦେବ  ।  ଶୀତ ଦିନେ କିଛି ଲୋକ ମିଠା ଆଳୁ ବା ସୁଇଟ୍ ପଟାଟୋ ଖାଇବାକୁ ପସନ୍ଦ କରନ୍ତି  ।

ଏହି ସମୟରେ ଏହା ସହଜରେ ମିଳିଯାଏ  । ଏହି ପରିବା ସ୍ବାଦରେ ସାମାନ୍ୟ ମିଠା ଏବଂ କିଛି ମାତ୍ରାରେ ଆଳୁ ପରି ଦେଖାଯାଏ  । ଅଧିକାଂଶ ଲୋକ ଏହାକୁ ମିଠା ଆଳୁ ନାମରେ ଜାଣନ୍ତି  ।  ଏହା ବିଭିନ୍ନ ଶକ୍ତିର ଭଣ୍ଡାର  । ଯାହା ଅନେକ ଉପାୟରେ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ  । ଆସନ୍ତୁ ଜାଣିବା ଏହାର ଉପକାରିତା  । ଏହା ଆମ ଆଖି ପାଇଁ ଖୁବ୍ ଲାଭଦାୟକ  । ଏହା ଆମ ଦୃଷ୍ଟି ଶକ୍ତିରେ ଉନ୍ନତି ଆଣେ ।  ଏହା ବିଭିନ୍ନ ପୋଷକ ତତ୍ତ୍ବ ଏବଂ ପ୍ରୋଟିନରେ ଭରପୂର  । ଏହାକୁ ଖାଇବା ଦ୍ବାରା ଆପଣ ହୃଦରୋଗରୁ ଦୂରେଇ ରୁହନ୍ତି  ।

ଏଥିରେ ଥିବା ଫାଇବର ଖରାପ କୋଲେଷ୍ଟ୍ରଲ୍ ହ୍ରାସ କରିବାରେ ସହାୟକ ହୁଏ  । ଉଚ୍ଚ ରକ୍ତଚାପ ସମସ୍ୟାରୁ ବି ମୁକ୍ତି ଦିଏ । ମିଠା ଆଳୁ କୁ ପ୍ରତିଦିନ ଖାଇବା ଦ୍ବାରା  ହଜମ ପ୍ରକ୍ରିୟା ଶକ୍ତିଶାଳୀ ହେବା ସହ କୋଷ୍ଠକାଠିନ୍ୟ ଦୂର ହୁଏ  । ପେଟ ଜନିତ ସମସ୍ତ ସମସ୍ୟା ଦୂର ହୁଏ  । ମାରାତ୍ମକ କର୍କଟ ରୋଗ ହେବାର ଆଶଙ୍କାକୁ ମଧ୍ୟ କମାଏ  ।

Leave A Reply

Your email address will not be published.