Latest Odisha News

BREAKING NEWS

ବୁର୍ଲା ଭୀମସାରରୁ ପୁଣି ନବଜାତ ଶିଶୁ ଚୋରି ଅଭିଯୋଗ

ସମ୍ବଲପୁର: ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଏବଂ ହସ୍ପିଟାଲ (ଭୀମସାର)ରୁ ନବଜାତ ଶିଶୁପୁତ୍ର ଚୋରି ନେଇ ଅଭିଯୋଗ। ଏନେଇ ଅଭିଯୋଗ କରିଛନ୍ତି ଛତିଶଗଡ଼ର ଦମ୍ପତି। ଅଭିଯୋଗ ଅନୁସାରେ ମେଡିକାଲରେ ଜଣେ ଅଜଣା ମହିଳା ସେମାନଙ୍କ ସହ ସମ୍ପର୍କ ଯୋଡ଼ିବାକୁ ଚେଷ୍ଟା କରିଥିଲେ। ସେ ନବଜାତକୁ ଧରିଥିଲେ ଏବଂ ସେ ନେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଏହାକୁ ନେଇ ଭାଇରାଲ ହେଉଛି ସିସିଟିଭି ଫୁଟେଜ୍ଆ। ସିସିଟିଭି ଆଧାରରେ ମହିଳାଙ୍କୁ ଖୋଜୁଛି ପୋଲିସ।

ସୂଚନା ଅନୁସାରେ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ବସନ ଥାନା ଅଞ୍ଚଳର ମୋହନ ଦାସଙ୍କ ପତ୍ନୀ ଗୀତା ଦାସ ଗତକାଲି ବୁର୍ଲା ଭୀମସାରର ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ସେ ମେଡିକାଲରେ ଭର୍ତ୍ତି ହେବା ପରଠାରୁ ଜଣେ ଅଜଣା ମହିଳା ଆସି ସେମାନଙ୍କ ସହ ସମ୍ପର୍କ ଯୋଡ଼ିଥିଲେ ବୋଲି ପ୍ରସୂତି ମହିଳାଙ୍କ ସ୍ୱାମୀ ଅଭିଯୋଗରେ କହିଛନ୍ତି।  ତେବେ ଆଜି ଅପରାହ୍ନରେ ଦମ୍ପତି ନିଜ ଛୁଆକୁ ଦେଖିବାକୁ ପାଇନଥିଲେ। ଛୁଆର ମାଆଙ୍କୁ ପଚାରିବାରୁ ଅଜ୍ଞାତ ମହିଳା ଜଣକ ତାକୁ ଧରିଥିବା କହିଥିଲେ। ହେଲେ ବହୁ ଖୋଜାଖୋଜି ପରେ ମଧ୍ୟ ଅଜ୍ଞାତ ମହିଳାଙ୍କର କୌଣସି ପତ୍ତା ମିଳୁନାହିଁ।

ଏନେଇ ପୋଲିସ ନିକଟରେ ଲିଖିତ ଅଭିଯୋଗ ପରେ ବୁର୍ଲା ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ। ମେଡିକାଲରେ ଲାଗିଥିବା ସିସିଟିଭି ଫୁଟେଜ ଅନୁଯାୟୀ ମହିଳା ଜଣକ ଶିଶୁଟିକୁ ନେଇ ମେଡିକାଲରୁ ବାହାରକୁ ଯାଉଥିବା ଦେଖିବାକୁ ମିଳୁଛି। ତେବେ ଥରକୁ ଥର ନବଜାତ ଶିଶୁ ଚୋରି ମାମଲା ମେଡିକାଲର ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି।

Comments are closed.