Latest Odisha News

ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟରେ ଅଦଳବଦଳ

ନୂଆଦିଲ୍ଲୀ : ଆସନ୍ତାକାଲି ହେବ କେନ୍ଦ୍ର କ୍ୟାବିନେଟର ସଂପ୍ରସାରଣ । ଏଥିପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ କିଏ ଇନ୍ ଓ କିଏ ହେବେ ଆଉଟ୍ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ମୋଦିଙ୍କ କ୍ୟାବିନେଟରେ ନୂଆ ମୁହଁଙ୍କୁ ସାମିଲ୍‌ କରାଯିବାର ସମ୍ଭାବନା ରହିଛି ।

BjdElectrycity

ଆସନ୍ତାକାଲି ସଂଧ୍ୟାରେ ହେବାକୁ ଥିବା ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପୂର୍ବରୁ ଦିଲ୍ଲୀ ଅଭିମୁଖେ ଅନେକ ନେତା । ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ, ନାରାୟଣ ରାଣେ ଓ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ୍ ଦିଲ୍ଲୀରେ ପହଞ୍ଚି ସାରିଥିବା ବେଳେ, ଆଉ ମନ୍ତ୍ରୀ ପଦ ପାଇଁ ଡକରା ପାଇଥିବା ଆଉ କିଛି ନେତା ମଧ୍ୟ ପହଞ୍ଚି ସାରିଲେଣି । କ୍ୟାବିନେଟ ସଂପ୍ରସାରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ୍ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ମଧ୍ୟରେ ତୁହାକୁ ତୁହା ବୈଠକ ହୋଇଛି ।

ସୂଚନା ଅନୁସାରେ, କେନ୍ଦ୍ର କ୍ୟାବିନେଟରେ ବିହାରୁ ୪ ଜଣ ନେତାଙ୍କୁ ସାମିଲ୍‌ କରାଯାଇପାରେ । ସେହିପରି ଉଚ୍ଚ ଶିକ୍ଷିତ ସାଂସଦଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ଏକ ପ୍ରକାର ଚର୍ଚ୍ଚା ହେଉଛି । ତେବେ ଓଡ଼ିଶା କଥା ଯଦି ନଜର ପକାଇବା, ତାହେଲେ ଓଡ଼ିଶାରୁ ଜଣଙ୍କୁ ମିଳିପାରେ ମନ୍ତ୍ରୀ ପଦ । ଏହାସହ ପଶ୍ଚିମବଙ୍ଗରୁ ମଧ୍ୟ କିଛି ସାଂସଦଙ୍କୁ ମନ୍ତ୍ରୀ ପଦ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି, ଅନୁପ୍ରିୟା ପଟେଲ, ମନୋଜ ତିୱାରୀ, ହିନା ଗାବିତ୍ ଓ ରାହୁଲ୍ କାସୱାନଙ୍କ ଭଳି ଯୁବ ନେତାଙ୍କ ନାଁ ସମ୍ଭାବ୍ୟ ମନ୍ତ୍ରୀ ପଦ ତାଲିକାରେ ଥିବା ସୂଚନା ମିଳିଛି । ଏହାସହ ବରୁଣ ଗାନ୍ଧିଙ୍କୁ ମଧ୍ୟ ମନ୍ତ୍ରୀ ମିଳିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.