Latest Odisha News

BREAKING NEWS

ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜେଲ୍ ଭିତରେ ସୁସ୍ୱାଦୁ ଖାଦ୍ୟ ଖାଉଥିବା ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ସତ୍ୟେନ୍ଦ୍ରଙ୍କ ଆଉ ଏକ ଭିଡିଓ ଭାଇରାଲ । ଜେଲ ଭିତରେ ସିସିଟିଭି ଫୁଟେଜ୍ ଭାଇରାଲ୍ ।  ମନ୍ତ୍ରୀ ବସିଛନ୍ତି ଚୌକିରେ  । ଖଟ ଉପରେ ରହିଛି ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ । ପ୍ଲାଷ୍ଟିକ କଣ୍ଟେନରରେ ଫଳମୂଳ ଓ ସାଲାଡ୍ ସାଙ୍ଗକୁ ଆହୁରି କେତେ କଣ ।  ଜେଲରେ ସତ୍ୟେନ୍ଦ୍ର କମିଛି ୨୮ କେଜି । ଓଜନ କମିଥିବା କୋର୍ଟରେ ତାଙ୍କ ଓକିଲ ଅଭିଯୋଗ କରିଥିଲେ ।

ସେପ୍ଟେମ୍ୱର ଓ ଅକ୍ଟୋବର ମାସରେ ତାଙ୍କର ମୋଟ ୩ଟି ସିସିଟିଭି ଫୁଟେଜ୍ ଭାଇରାଲ ହୋଇଛି । ତାଙ୍କୁ ଜେଲରେ ଠିକ୍ ଭାବେ ଖାଦ୍ୟ ଦିଆଯାଉନି ବୋଲି ଯେଉଁ ଅଭିଯୋଗ ଆଣିଥିଲେ, ତାହାର ଉତ୍ତର ଦେଉଛି ଏହି ଭିଡିଓ । ମନ୍ତ୍ରୀଙ୍କ ଅନୁସାରେ ଜେଲ କର୍ତ୍ତୃପକ୍ଷ ତାଙ୍କୁ ଉପାସ ବାରବ୍ରତ ଅନୁସାରେ ଖାଦ୍ୟ ଦେଉନାହାଁନ୍ତି । ସେପଟେ ତିହାର ଜେଲ କର୍ତ୍ତୃପକ୍ଷଙ୍କ ଅନୁସାରେ, ମନ୍ତ୍ରୀ ୨୮ କେଜି କମିନାହାଁନ୍ତି ବରଂ ୮ କିଲୋ ଓଜନ ବଢାଇଛନ୍ତି ।

ଏହା ପୂର୍ବରୁ ସତ୍ୟେନ୍ଦ୍ରଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କୁ ମାଲିସ କରୁଥିଲେ ଜଣେ ଦୁଷ୍କର୍ମ କଏଦୀ ।

Leave A Reply

Your email address will not be published.