Latest Odisha News

BREAKING NEWS

ମୁମ୍ୱାଇ ଚିଡ଼ିଆଖାନାରେ ଦର୍ଶକଙ୍କ ମନୋରଞ୍ଜନ କରୁଛନ୍ତି ୩ ପେଙ୍ଗୁଇନ୍ ଶାବକ

ମୁମ୍ୱାଇ: ପେଙ୍ଗୁଇନ ଦେଖିବା ପାଇଁ ଆମକୁ କୌଣସି ଶୀତପ୍ରଦେଶକୁ ଯିବାକୁ ପଡିବନି । ମୁମ୍ୱାଇ ଚିଡ଼ିଆଖାନାରେ ଜନ୍ମ ନେଇଛନ୍ତି ୩ଟି କୁନି ପେଙ୍ଗୁଇନ ଶାବକ । ନାଁ ଆଲେକ୍ସା, ଫ୍ଲାସ୍ ଓ ବିଙ୍ଗୋ । ସେମାନଙ୍କୁ ଦେଖିବା ପାଇଁ ଚିଡିଆଖାନାକୁ ଛୁଟିଛନ୍ତି ଦର୍ଶକ । ବାଇକୁଲା ଜୁ’ ର ବାୟୋଲୋଜିଷ୍ଟ ଡକ୍ଟର ଅଭିଷେକ ସତମ୍ କହିଛନ୍ତି, ଶୀତ ଆସିଲେ ସାଧାରଣତଃ ଦର୍ଶକ ସଂଖ୍ୟା ବଢେ । ହେଲେ ଏବେ ୩ ନୂଆ ଶାବକଙ୍କୁ ଦେଖିବା ପାଇଁ ବେଶୀ ଭିଡ଼ ହେଉଛି । ଅକ୍ଟୋବରରେ ୩୧ହଜାର ଦର୍ଶକ ଚିଡିଆଖାନା ବୁଲିଥିବା ସେ ସୂଚନା ଦେଇଛନ୍ତି । ନବଜାତକ ପେଙ୍ଗୁଇନ ପାଇଁ ସବୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି ।

ମୁମ୍ୱାଇସ୍ଥିତ ବାଇକୁଲା ଚିଡିଆଖାନାକୁ ବୀରମାତା ଜିଜାବାଈ ଭୋସଲେ ଉଦ୍ୟାନ ଚିଡିଆଖାନା ବି କୁହାଯାଏ । ଗତ ୧୯ ତାରିଖରେ ଚିଡିଆଖାନାକୁ ୧୬୦ ବର୍ଷ ଛୁଇଁଛି । ଏଥିପାଇଁ ଭିଡ଼କୁ ନଜରରେ ରଖି କର୍ତ୍ତୃପକ୍ଷ ଅନଲାଇନ୍ ଟିକେଟ୍ ବ୍ୟବସ୍ଥା ମଧ୍ୟ କରିଛନ୍ତି । ପେଙ୍ଗୁଇନମାନଙ୍କୁ ଦେଖିବା ପାଇଁ ଅସଂଖ୍ୟ ଦର୍ଶକ ଛୁଟୁଛନ୍ତି । ତିନି ଶାବକ ମଧ୍ୟରୁ ଦୁଇଟି ପୁରୁଷ ଓ ଗୋଟିଏ ମାଈ ଶାବକ ରହିଛନ୍ତି ।

Leave A Reply

Your email address will not be published.