Latest Odisha News

କେଜ୍ରିଓ୍ବାଲଙ୍କ ସ୍ଥାନ ନେବେ ଆତିଶୀ: ୨୧ରେ ମନ୍ତ୍ରୀମଣ୍ଡଳଙ୍କ ସହ ଶପଥ ନେବେ

ନୂଆଦିଲ୍ଲୀ: ଶପଥ ନେବେ ଦିଲ୍ଲୀର ଭାବି ମୁଖ୍ୟମନ୍ତ୍ରୀ ଆତିଶୀ ମରଲେନ ସିଂହ । ଆସନ୍ତା ୨୧ ତାରିଖରେ ଆତିଶୀ ଓ ତାଙ୍କ ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ କରିବେ । ଏହା ପରେ ଦିଲ୍ଲୀ ପାଇବ ନୂଆ ମୁଖ୍ୟମନ୍ତ୍ରୀ । ତେବେ ଗୁରୁବାର ଆମ ଆଦମି ପାର୍ଟି ପକ୍ଷରୁ ପ୍ରାରମ୍ଭିକ ସୂଚନା ଭାବେ କେବଳ ଆତିଶୀ ଶପଥ ନେବେ ବୋଲି ସୂଚନା ଦିଆଯାଇଥିବା ବେଳେ ପରେ ତାଙ୍କ ସହ ତାଙ୍କର ନୂଆ ମନ୍ତ୍ରୀ ମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିବେ ବୋଲି ସୂଚନା ଦିଆଯାଇଥିଲା ।

ଏହାକୁ ନେଇ ଆପ କହିଛି, ଆତିଶୀ  ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ସେପ୍ଟମ୍ବର ୨୧ରେ ଶପଥ ଗ୍ରହଣ କରିବେ । ତାଙ୍କ ସହିତ ତାଙ୍କ ମନ୍ତ୍ରୀ ମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିବ । ତେବେ ନୂଆ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବାକୁ ଥିବା ଚେହେରାଙ୍କ ମଧ୍ୟରେ ସୁଲତାନପୁର ମାଜରା ବିଧାୟକ ମୁକେଶ ଅହଲାବତ, ସୌରଭ ଭରଦ୍ବାଜ, କୈଳାଶ ଗେହଲତ, ଗୋପାଳ ରାୟ ଏବଂ ଇମାରନ ହୁସେନ ପୁଣି ମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ ।

ତେବେ ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପୂର୍ବରୁ ଆତିଶୀଙ୍କ ନାଁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପାଇଁ ପ୍ରସ୍ତାବ ଦେଇଥିଲେ କେଜ୍ରିଓ୍ବାଲ । ଯାହାକୁ ଆପ ବିଧାୟକ ଦଳ ବୈଠକରେ ସର୍ବସମ୍ମତ ମିଳିଥିଲା । ତେବେ ୨୧ରେ ଶପଥ ନେବା ପରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସ୍ଥାନ ଗ୍ରହଣ କରିବେ ଆତିଶୀ । ତେବେ ଆପର ଜଣେ ଟାଣୁଆ ନେତ୍ରୀ ତଥା କେଜ୍ରିଓ୍ବାଲଙ୍କ ବିଶ୍ବସ୍ତ ହେଉଛନ୍ତି ଆତିଶୀ । କେଜ୍ରିଓ୍ବାଲ ଜେଲରେ ଥିବା ବେଳେ ପାର୍ଟିକୁ ମଜଭୂତ ରଖିବାରେ ବଡ ଭୂମିକା ଗ୍ରହଣ କରିଛନ୍ତି ଆତିଶୀ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଜେଲ ଯିବା ପରେ ୨୦୨୩ରେ ଦିଲ୍ଲୀ କ୍ୟାବିନେଟରେ ସାମିଲ ହୋଇଥିଲେ ଆତିଶୀ । ସେ ୨୦୧୯ରେ ପୂର୍ବ ଦିଲ୍ଲୀରୁ ନିର୍ବାଚନ ଲଢିଥିଲେ ।

Leave A Reply

Your email address will not be published.