Latest Odisha News

BREAKING NEWS

ରାଜ୍ୟରେ ୨୪ଘଣ୍ଟା ଭିତରେ ୧୨୩ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ଘଣ୍ଟା ଭିତରେ ୧୨୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧ କେନ୍ଦ୍ରରୁ ୭୨ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୫୧ଜଣ ଆକ୍ଟିଭ୍ କେସ୍ ରହିଛି । ୧୮ବର୍ଷରୁ କମ୍ ବୟସ ମଧ୍ୟରେ ୧୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ବାଲେଶ୍ୱରରୁ ୩ଜଣ, ଭଦ୍ରକରୁ ଜଣେ, କଟକରୁ ୧୦ଜଣ, ଦେବଗଡ଼ରୁ ୨ଜଣ, ଗଜପତିରୁ ୪ଜଣ, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ୨ଜଣ, ଯାଜପୁରରୁ ୫ଜଣ, ଖୋର୍ଦ୍ଧାରୁ ୫୩ଜଣ, ମୟୁରଭଞ୍ଜରୁ ୮ଜଣ, ନୟାଗଡ଼ରୁ ଜଣେ, ପୁରୀରୁ ୨ଜଣ, ସମ୍ବଲପୁରରୁ ୧୯ଜଣ, ଷ୍ଟେଟ୍ ପୁଲରୁ ୧୨ଜଣ କରୋନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୦ଲକ୍ଷ ୫୪ହଜାର ୦୦୪ଜଣ କୋଭିଡ଼୍ ପଜିଟିଭ ରହିଛନ୍ତି । ଏଥିମଧ୍ୟରୁ ୧୦ ଲକ୍ଷ ୪୩ହଜାର ୯୨୬ଜଣ ସୁସ୍ଥ ଅଛନ୍ତି । ୧ହଜାର ୫୭୨ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ବୋଲି ସୂଚନା ରହିଛି ।

Leave A Reply

Your email address will not be published.