Latest Odisha News

BREAKING NEWS

ଅଗଷ୍ଟ ୧୧ରେ ହେବ ନିଟ୍‌-ପିଜି ପରୀକ୍ଷା 

ନୂଆଦିଲ୍ଲୀ: ନିଟ୍‌-ପିଜି ପରୀକ୍ଷା ପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଏହି ପରୀକ୍ଷା ଆଗାମୀ ଅଗଷ୍ଟ ୧୧ ତାରିଖରେ ଆୟୋଜିତ ହେବ। ପରୀକ୍ଷା ୨ଟି ସିଫ୍ଟରେ ହେବ। ଏନେଇ ନ୍ୟାଶନାଲ ବୋର୍ଡ ଅଫ ଏକଜାମିନେସନ୍ସ (ଏନବିଇ) ପକ୍ଷରୁ ଘୋଷଣା କରାଯାଇଛି। ଏସଓପି ଏବଂ ପ୍ରୋ‌ଟୋକଲର ସମୀକ୍ଷା ପରେ ନିଟ୍‌ ପିଜି ପରୀକ୍ଷାର ନୂଆ ତାରିଖ ଘୋଷଣା ହୋଇଛି।

ସୂଚନାଯୋଗ୍ୟ, ନିଟ୍‌ ୟୁଜି ପରୀକ୍ଷାରେ ଅନିୟମିତତା ପରେ ଜୁନ ୨୩ରେ ଅନୁଷ୍ଠିତ ହେବାକୁ ଥିବା ନିଟ୍‌ ପିଜି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା।

ତେବେ ନିଟ୍ ୟୁଜି ପରୀକ୍ଷା ଏନଟିଏ କରୁଥିବା ବେଳେ ନିଟ୍ ପିଜି ପରୀକ୍ଷାକୁ ଏନବିଇ ତତ୍ତ୍ୱାବଧାନରେ କରାଯାଉଛି।

Comments are closed.