Latest Odisha News

BREAKING NEWS

ବିସିସିଆଇର ବଡ ଘୋଷଣା: ଏଥର ଆୟୋଜିତ ହେବ ସମସ୍ତ ଘରୋଇ ଟୁର୍ଣ୍ଣାମେଂଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଆଜି ବଡ ଘୋଷଣା କରିଛି । ଏଥର ଚଳିତ ବର୍ଷ ରଣଜୀ ଟ୍ରଫି ସମେତ ଅନ୍ୟ ସମସ୍ତ ଘରୋଇ ଟୁର୍ଣ୍ଣାମେଂଟ ଆୟୋଜିତ ହେବ । ଘରୋଇ କ୍ରିକେଟର ଆଗାମୀ ସିଜନ ଅକ୍ଟୋବରରୁ ଆରମ୍ଭ ହେବ । ଗତ ବର୍ଷ କରୋନା ମହାମାରୀ ଯୋଗୁ ସମସ୍ତ ପ୍ରତିଯୋଗିତା ବାତିଲ କରି ଦିଆ ଯାଇଥିଲା ।

ଏଥର ସିଜନ ଆରମ୍ଭରେ ମହିଳା ଦିନିକିଆ କ୍ରିକେଟ ଖେଳାଯିବ ଏବଂ ଏହା ପରେ ସୟେଦ ମୁସ୍ତାକ ଅଲୀ ଟୁର୍ଣ୍ଣାମେଂଟ ଆୟୋଜିତ ହେବ । ରଣଜୀ ଟ୍ରଫି ୧୬ ନଭେମ୍ବରରୁ ହେବ । ଆସନ୍ତା ବର୍ଷ ୨୩ ଫେବୃୟାରୀରୁ ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ବିଜୟ ହଜାରେ ଟ୍ରଫି ଖେଳାଯିବ । ଗତ ବର୍ଷର ଖେଳାଳିଙ୍କ ପାଉଣା ଏବଂ ଅନ୍ୟ ଦେୟ ଆଜି ପର୍ଯ୍ୟନ୍ତ ଦିଆଯାଇ ନାହିଁ ।

Leave A Reply

Your email address will not be published.