କଳାହାଣ୍ଡି: ଦୀର୍ଘ ଦିନ ପରେ ଅନ୍ଧାରରୁ ମୁକ୍ତି ପାଇଲେ ଖଲିଆପାଲି ଗ୍ରାମ ବାସୀ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା ପ୍ରଣୟନ କରି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଉଛନ୍ତି । ହେଲେ କେତେକ ଆସାଧୁ ବିଭାଗୀୟ କର୍ମଚାରୀ ମାନଙ୍କ ଖାମଖିଆଲି ଯୋଗୁ ସଠିକ ଭାବରେ ଯୋଜନା ପହଂଚି ପାରୁନାହି । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ଆଦର୍ଶ ଗ୍ରାମ ପଂଚାୟତ ବୋରପଦରର ଖଲିଆପାଲି ଗ୍ରାମ ବାସୀ ଦୀର୍ଘ ଦିନରୁ ବିଦ୍ୟୁତ ସେବାରୁ ବଂଚିତ ଥିଲେ । ଅନେକ ଦିନରୁ ଏହି ସମସ୍ୟା ବିଷୟରେ ବିଭାଗୀୟ ଅଧିକାରୀ ଏବଂ ଜନ ପ୍ରତିନିଧି ମାନଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳୁନ ଥିଲା । କଳାହାଣ୍ଡି ଜିଲ୍ଲାର ବିଜେଡି ଉପ ସଭାପତି ଶ୍ରୀଯୁକ୍ତ ଚିତରଞ୍ଜନ ମଣ୍ଡଳଙ୍କୁ ଗସ୍ତ ସମୟରେ ସମସ୍ୟା ଜଣାଯାଇଥିଲା । ଯାହା ଫଳରେ ଆଜି ଖଲିଆପାଲି ଗ୍ରାମରେ ସୋଭାଗ୍ୟ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି ।ବିଦ୍ୟୁତ ସଂଯୋଗ ହେଲା ପରେ ଏବେ ଅଂଚଳବାସୀ ବେଶ ଖୁସି ଅନୁଭବ କରୁଛନ୍ତି ।
BREAKING NEWS
- ପାର୍ବଣ ଋତୁ ପୂର୍ବରୁ ସୁରକ୍ଷା ପ୍ରସ୍ତୁତି ପାଇଁ ଡିଜିପିଙ୍କ ନିର୍ଦ୍ଦେଶ;ଗୁଇନ୍ଦା ସୂଚନା ସଂଗ୍ରହ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଉପରେ ଗୁରୁତ୍ୱାରୋପ
- ଆଖୁ ଉତ୍ପାଦନ ବଢ଼ାଇବାକୁ ଆଧୁନିକ ଆଖୁ ଚାଷ ଉପରେ ଗୁରୁତ୍ୱ ବୃଦ୍ଧି କରିଛି ରାଜ୍ୟ
- “ମାଳିପୁଟ ମେଲୋଡିଜ୍” ଏହି ଦିନ ହେବ ରିଲିଜ;କୋରାପୁଟରେ ଜୀବନ ଓ ସଂଘର୍ଷର କାହାଣୀ କହିବ …
- ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ
- ଓଡ଼ିଶାରେ ଗୁଜୁରାଟର ସ୍ୱତନ୍ତ୍ର ଡିଆରଆଇ ଟିମ; କଲରାପତରିଆ ବାଘ ଛାଲ ଜବତ,ଜଣେ ଗିରଫ
- ୨୪ ଘଣ୍ଟା ଭିତରେ ଓଡ଼ିଶାରେ ଦୁଇଟି ବ୍ୟାଙ୍କ ଲୁଟ୍: ବନ୍ଧୁକ ମୁନରେ ସୁନ୍ଦରଗଡ଼ ଓ ବାଲେଶ୍ୱରରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
- କଣ୍ଟେନରରୁ ମିଳିଲା ୧ କୋଟି ଟଙ୍କାର ଗଞ୍ଜେଇ;୨ ଗିରଫ
- ରାଜପାଲ୍ ଯାଦବଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଆଶ୍ୱସ୍ତି: ଜେଲ୍ ଯିବାରୁ ବର୍ତ୍ତିଲେ, କିନ୍ତୁ ରଖିଲେ ଏହି କଡ଼ା ସର୍ତ୍ତ
- ମେଦବହୁଳତା କମାଇବା ସହ ଦିନସାରା ଶରୀରକୁ ଫୁର୍ତ୍ତି ରଖିବ ‘ବୁଲେଟପ୍ରୁଫ୍ କଫି’, ଏହି ସହଜ ଉପାୟରେ ଘରେ ବନାନ୍ତୁ
- ସମୁଦ୍ରରେ ବୁଡ଼ିଲା ମାଲବାହୀ ଜାହାଜ, କୋର୍ଟରେ ପହଞ୍ଚିଲା ମାମଲା: ନ୍ୟାୟ ମାଗିଲା କ୍ଷତିଗ୍ରସ୍ତ ସଂସ୍ଥା

Comments are closed.