କଳାହାଣ୍ଡି: ଦୀର୍ଘ ଦିନ ପରେ ଅନ୍ଧାରରୁ ମୁକ୍ତି ପାଇଲେ ଖଲିଆପାଲି ଗ୍ରାମ ବାସୀ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା ପ୍ରଣୟନ କରି ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନେଉଛନ୍ତି । ହେଲେ କେତେକ ଆସାଧୁ ବିଭାଗୀୟ କର୍ମଚାରୀ ମାନଙ୍କ ଖାମଖିଆଲି ଯୋଗୁ ସଠିକ ଭାବରେ ଯୋଜନା ପହଂଚି ପାରୁନାହି । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ଆଦର୍ଶ ଗ୍ରାମ ପଂଚାୟତ ବୋରପଦରର ଖଲିଆପାଲି ଗ୍ରାମ ବାସୀ ଦୀର୍ଘ ଦିନରୁ ବିଦ୍ୟୁତ ସେବାରୁ ବଂଚିତ ଥିଲେ । ଅନେକ ଦିନରୁ ଏହି ସମସ୍ୟା ବିଷୟରେ ବିଭାଗୀୟ ଅଧିକାରୀ ଏବଂ ଜନ ପ୍ରତିନିଧି ମାନଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳୁନ ଥିଲା । କଳାହାଣ୍ଡି ଜିଲ୍ଲାର ବିଜେଡି ଉପ ସଭାପତି ଶ୍ରୀଯୁକ୍ତ ଚିତରଞ୍ଜନ ମଣ୍ଡଳଙ୍କୁ ଗସ୍ତ ସମୟରେ ସମସ୍ୟା ଜଣାଯାଇଥିଲା । ଯାହା ଫଳରେ ଆଜି ଖଲିଆପାଲି ଗ୍ରାମରେ ସୋଭାଗ୍ୟ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇଛି ।ବିଦ୍ୟୁତ ସଂଯୋଗ ହେଲା ପରେ ଏବେ ଅଂଚଳବାସୀ ବେଶ ଖୁସି ଅନୁଭବ କରୁଛନ୍ତି ।
BREAKING NEWS
- ଓରାଙ୍ଗଉଟାଙ୍ଗଙ୍କ ‘ଘର ବାହୁଡ଼ା’: ଇଣ୍ଡୋନେସିଆ ଫେରିଯିବେ ୫ ଦୁର୍ଲଭ ବନ୍ୟଜନ୍ତୁ!
- Rajya Sabha By-Election: ଆସିଲା ତାରିଖ, ଏହିଦିନ ପଡିବ ରାଜ୍ୟସଭା ଉପନିର୍ବାଚନ ଭୋଟ୍! ଅକ୍ଟୋବର ୨୬ରୁ ନାମାଙ୍କନ ପ୍ରକ୍ରିୟା ଆରମ୍ଭ…
- ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, ଆସନ୍ତାକାଲି ଲଘୁଚାପ ସମ୍ଭାବନା
- Har Gali Jantar Mantar: ଶୁକ୍ରବାର ଶୋଭାଯାତ୍ରା, ଲୋଡାଯାଇନି ପୋଲିସ ଅନୁମତି
- ସଡ଼କ ଦୁର୍ଘଟଣାରେ ଓଡ଼ିଶାର ୨ ଆଥଲେଟଙ୍କ ମୃତ୍ୟୁ, ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ା ମନ୍ତ୍ରୀଙ୍କ ଶୋକ ପ୍ରକାଶ…
- Russia-Ukraine War:ୟୁକ୍ରେନର ୨୫% ଅଂଶ ରୁଷକୁ ଦେବାକୁ ପ୍ରସ୍ତୁତ ଜେଲେନସ୍କି!
- Modi Cabinet Reshuffle: ମୋଦୀ କ୍ୟାବିନେଟ୍ରେ ବଡ଼ ଅଦଳବଦଳ ଚର୍ଚ୍ଚା! ଅକ୍ଟୋବର ୨୭ରେ ସବୁ ମନ୍ତ୍ରଣାଳୟର ‘ରିପୋର୍ଟ କାର୍ଡ’, ଦୀପାବଳି ପୂର୍ବରୁ ହୋଇପାରେ ବଡ଼ ଘୋଷଣା!
- ଲେବାନନ୍ରେ ଯୁଦ୍ଧ: କିପରି ଅଟିଜମ୍ ଏବଂ ADHD ଥିବା ଯୁବବର୍ଗଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଛି
- Kalinga Studio: ଖୋଲିଲା କଳିଙ୍ଗ ଷ୍ଟୁଡିଓ, ମାତ୍ର ୨୦ ଟଙ୍କାରେ ଏଣ୍ଟ୍ରି! ସ୍ନୋ-ପାର୍କ, 3D ମୁଭି ଓ ଭୂତ ବଙ୍ଗଳା ବୁଲିବାକୁ ଗଣିବେ ୨୯୫ ଟଙ୍କା
- Vigilance Raid:ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ;ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ସ୍ଥାନରେ ଚଢ଼ାଉ

Comments are closed.